No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ପିପିଲି :- କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପିପିଲି ବଜାରରେ ୧୦ରୁ ଅଧିକ ଦୋକାନରୁ ଜୋରିମାନା ଆଦାୟ କରାଯାଇଛି । ପିପିଲି ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ କେତେକ ଦୋକାନ ଖୋଲା ରହିଥିଲା । ଫଳରେ ପିପିଲି ବଜାରରେ ଲୋକଙ୍କ ଗହଳି ଜମୁଥିବା ପରିଲକ୍ଷିତ ହୋଇଥିଲା । ଏହାସହିତ ବିଭିନ୍ନ ଦୋକାନରେ ଭିଡ଼ ଜମୁଥିବାରୁ ଗ୍ରାହକମାନେ କରୋନା କଟକଣା ମାନୁନଥିଲେ ଏବଂ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ।
ପୁଲିସ ଓ ପ୍ରଶାସନର ବାରମ୍ବାର ଚଢାଉ ସତ୍ତ୍ବେ କେତେକ ଅମାନିଆ ଦୋକାନୀ ଲୁଚାଛପାରେ ଦୋକାନ ଖୋଲି ପଛଦ୍ୱାର ଦେଇ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ଗୁରୁବାର ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ବିଡିଓ ରଶ୍ମିତା ନାଥ, ଏଏସ୍ଆଇ ପ୍ରକାଶ କୁମାର ମଲ୍ଲିକ, ପ୍ରହଲ୍ଲାଦ ବରାଳ ପ୍ରମୁଖ ପିପିଲି ବଜାରରେ ଥିବା ବିଭିନ୍ନ ଦୋକାନ ଉପରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ସେମାନେ ୩ଟି ଦୋକାନକୁ ତାଲା ପକାଇ ସିଲ୍ ସାଙ୍ଗକୁ ୧୦ରୁ ଅଧିକ ଦୋକାନୀଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ ।
No Result
View All Result