No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ରଣପୁର /ରିପୋର୍ଟ ସୋନାଲି :- ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍ ରୋଗୀଙ୍କର ସୁଗାର ସ୍ତର କମ୍ ହୋଇଥାଏ । ତା’ସହିତ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍ ବୃଦ୍ଧି ସମସ୍ୟା ମଧ୍ୟ କମ୍ ହୋଇଥାଏ ।
ଆସନ୍ତୁ ଜାଣିବା କଦଳୀ ଫୁଲ ଖାଇଲେ କ’ଣ ସବୁ ଲାଭ ମିଳିଥାଏ….

୧. କଦଳୀ ଫୁଲରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବାରୁ ଏହାକୁ ଖାଇଲେ ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ ।
୨. ଏଥିରେ ଥିବା ମ୍ୟାଗ୍ନେସିୟମ୍ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ ।
୩. ଶୀଘ୍ର ହଜମ ହେଉଥିବାରୁ ପାକସ୍ଥଳୀ ପାଇଁ ଏହି ଫୁଲ ବହୁତ ଉପକାରୀ ।
୫. କୋଲେଷ୍ଟ୍ରଲ୍କୁ କମ୍ କରୁଥିବାରୁ ହୃଦ୍ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ ।
କଦଳୀ ଫୁଲକୁ କିପରି ଖାଇବେ ?
ଏହାକୁ ଆପଣ କଞ୍ଚା ଖାଇପାରିବେ । ଏହା ବ୍ୟତୀତ ଏହି ଫୁଲରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ । ସେହିପରି ଗ୍ରାଇଣ୍ଡିଂ କରି ଏହି ଫୁଲର ଚଟଣୀ ପ୍ରସ୍ତୁତ କରି ମଧ୍ୟ ଡାଇବେଟିସ୍ ରୋଗୀ ଖାଇପାରିବେ ।
No Result
View All Result