No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ଭୁବନେଶ୍ୱର :- ଓଡ଼ିଶା ମୋ ପରିବାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଛି । କୋଭିଡ ମହାମାରୀ ସମୟରେ ରାଜ୍ୟବାସୀଙ୍କ ଯତ୍ନ ନେବା ସହ ଅସହାୟଙ୍କୁ ସହାୟ ହୁଅ। ଏହାସହ ପ୍ରବାସୀ ଓଡ଼ିଆ ସଙ୍ଗଠନ ଗୁଡିକ ସହ ଯୋଗସୂତ୍ର ସ୍ଥାପନ କରି ସେମାନଙ୍କୁ ସହାୟତାର ହାତ ବଢାଅ । ଓଡ଼ିଶା ମୋ ପରିବାର କାର୍ଯ୍ୟଧାରାର ସମୀକ୍ଷା ଅବସରରେ ସଙ୍ଗଠନ କର୍ମକର୍ତ୍ତା ଓ ଦଳୀୟ ବିଧାୟକଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ନବୀନ ।
ଓଡ଼ିଶା ମୋ ପରିବା ପକ୍ଷରୁ ଜାରି ରହିଥିବା ଜୀବନ ବିନ୍ଦୁ, କୋଭିଡ ସମୟରେ ଶବଦାହ ପାଇଁ ଆରମ୍ଭ ହୋଇଥିବା ହେଲ୍ପଡେସ୍କ, ରକ୍ତଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରସ୍ତୁତ, ଥାଲାସେମିଆ ଏବଂ ଅନ୍ୟାନ୍ୟ ଗୁରୁତର ପ୍ରଭାବିତ ବ୍ୟକ୍ତିଙ୍କୁ ସାହାଯ୍ୟ ଏବଂ ପ୍ଲାଜମା ସଂଗ୍ରହ ଅଭିଯାନ ତ୍ୱରାନିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୋଭିଡ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ସଙ୍ଗଠନର କର୍ମକର୍ତ୍ତା, ବିଧାୟକ, ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ବୈଠକରେ ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଓଡ଼ିଶା ମୋ ପରିବାରର ସହ ଆବାହକ ଅତନୁ ସବ୍ୟସାଚୀ ନାୟକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ମହାମାରୀ ସମୟରେ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result