No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ହିଞ୍ଜିଳିକାଟୁ :- ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ରଙ୍କ ମାଆ ସୁବାଷିନି ମହାପାତ୍ର (୮୪)ଙ୍କ ସୋମବାର ବିଳମ୍ବିତ ରାତିରେ କରୋନାରେ ମୃତ୍ୟୁ ଘଟିଛି । ବୃଦ୍ଧା ଜଣଙ୍କ ଗୁରୁତର ଅସୁସ୍ଥ ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କରୋନା ପରୀକ୍ଷା କରିବା ପରେ ତାଙ୍କର ରିପୋର୍ଟ ପଜିଟିଭ ଥିବା ଜଣାପଡିଥିଲା ।
ପରେ ତାଙ୍କୁ ସ୍ଥାନୀୟ ଉତ୍ସର୍ଗୀକୃତ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା । ସେ ଜଣେ ପରୋପକାରୀ ମିଷ୍ଠାଭାଷୀ ଓ ମେଳାପି ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।
No Result
View All Result