No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ହିଞ୍ଜିଳିକାଟୁ :- ବାଇକ୍ ଧରି ବଜାରକୁ ଆସିଲେ ବାଇକ ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ବାଇକକୁ ଜବତ କରାଯିବ । ସ୍ଥାନୀୟ ପୌରାଂଚଳର ବଜାର ପରିସରରେ ଭିଡ଼ କମାଇବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ଥାନୀୟ ଅଂଚଳରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । କରୋନାର କରଳ ରୂପ ଏତେ ଭୟଙ୍କର ସାବ୍ୟସ୍ତ ହୋଇଛି ଯେ, ସାମାଜିକ ବିଧିବ୍ୟବସ୍ଥା ଓ ପରିସ୍ଥିତି ବିଗାଡ଼ି ଦେଇଛି ।
ଏଭଳି ପରିସ୍ଥିତିରେ କିଛି ଅମାନିଆ ପରିବା କିଣିବା ବାହାନାରେ ଆସି ବାଇକରେ ସହରସାରା ଚକ୍କର କାଟୁଥିବାର ଦେଖିବାକୁ ମିଳିଛି । ପୁଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯାଂଚ ସମୟରେ ପରିବା ଓ ଔଷଧ କିଣିବା ବାହାନା କରୁଥିବା ଜଣାପଡ଼ିଛି । ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପରିବା କିଣିବାକୁ କିମ୍ବା ଅନ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ଆସିଲେ ବାଇକ ମନା ବୋଲି ବୁଧବାର ଡ଼ାକବାଜି ଯନ୍ତ୍ର ସହାୟତାରେ ଘୋଷଣା କରାଯାଇଛି । ସହରବାସୀଙ୍କ ସୁବିଧା ସକାଶେ ଗୁରୁବାର ଠାରୁ ପୌରାଂଚଳର ବିଭିନ୍ନ ଛକ ସ୍ଥାନରେ ପରିବା ବଜାର ଖୋଲାଯିବ ବୋଲି କୁହାଯାଇଛି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result