No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ହିଞ୍ଜିଳିକାଟୁ :- କରୋନା ଭୁତାଣୁ ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଅଜଣା ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର କୋଣ ଅନୁକୋଣରେ କରୋନା ମହାମାରୀ ଘୋର ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରାଣଘାତୀ ସାଜି ରଚି ଚାଲିଛି ତାଣ୍ଡବଲୀଳା । ମୁଣ୍ଡ ପରେ ମୁଣ୍ଡ ଗଡ଼ିଯାଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ବି କିଛି କମ୍ ନୁହେଁ । ଜିଲ୍ଲାରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । କରୋନାର କରଳ ରୂପ ଏତେ ଭୟଙ୍କର ସାବ୍ୟସ୍ତ ହୋଇଛି ଯେ, ସାମାଜିକ ବିଧିବ୍ୟବସ୍ଥା ଓ ପରିସ୍ଥିତି ବିଗାଡ଼ି ଦେଇଛି । ସହରାଂଚଳ ପରେ ଗ୍ରାମାଂଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ହିଞ୍ଜିଳିକାଟୁ ବ୍ଳକ କଂଟେଇକୋଳି ଗ୍ରାମର କାଠ କାରିଗର ଅରୁଣ କୁମାର ସାହୁ ଓ ସାଥୀ ସୁମନ ସେନାପତି ଜନ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଅବ୍ୟବହୃତ ଖବର କାଗଜ ଓ ଲୁହା ତାର ସହାୟତାରେ ପ୍ରାୟ ୪ ଫୁଟ ଗୋଲେଇ ଆକୃତିର କରୋନା ଭୁତାଣୁ ସଦୃଶ୍ୟ ଚିତ୍ର ଭଳି ଗୋଲେଇ କରି ୨ ବନ୍ଧୁ ସଂପୃକ୍ତ ଗୋଲେଇ ମଧ୍ୟରେ ରହି କଂଟେଇକୋଳି ଗ୍ରାମ ସମେତ
ନିକଟବର୍ତି ଗ୍ରାମାଂଚଳର ଘରକୁ ଘର ବୁଲି କରୋନା ସଚେତନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ପ୍ରଶାସନିକ ଅଡଧିକାରୀଙ୍କ ଅନୁରୋଧ କ୍ରମେ ୨ ସାଥୀ ହିଞ୍ଜିଳିକାଟୁ ପୌରାଂଚଳରେ ପଂହଚି ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ । ରାସ୍ତାରେ ଯିବା ସମୟରେ ସାବଧାନ, ମୁଁ କରୋନା .. .. କଟକଣା ନମାନିଲେ କାହାକୁ ଛାଡ଼େନା । କରୋନା ଜୀବାଣୁ ଆକୃତିର ଚିତ୍ର ପରିଧାନ କରି ମାସ୍କ ବ୍ୟବହାର, ସ।।ମଜିକ ଦୂରତ୍ୱ ରକ୍ଷା ଓ ଅତ୍ୟାବଶ୍ୟକ ନଥିଲେ ଘରୁ ନବାହାରିବା ସହ ପ୍ରଶାସନର ସମସ୍ତ କୋଭିଡ଼ କଟକଣାକୁ ମାନି ଚଳିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ସଂପୃକ୍ତ ୨ ବନ୍ଧୁଙ୍କ ଏଭଳି ସଚେତନତାକୁ ସ୍ଥାନୀୟ ସହରବାସୀ ପ୍ରଂଶସା କରିଛନ୍ତି । ରାଲିରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଏଏସଆଇ ବବିତା ଚୌଧୁରୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତଙ୍କ ସମେତ ପୌର ଓ ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result