No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ଭୁବନେଶ୍ୱର :- ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା ତଥା ଜୟ ଇ-ବାଇକ୍ ବ୍ରାଣ୍ଡ୍କୁ ନେଇ କାରବାର କରୁଥିବା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ୨୦୨୧ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ୨୦୨୦-୨୧ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ବ୍ୟାବସାୟିକ ସଫଳତା ହାସଲ କରିଛି । କଂପାନି ଏହି ସମୟରେ ୩୯୩.୬୭ ନିୟୁତ ଟଙ୍କାର ରାଜସ୍ୱ, ୩୧.୧ନିୟୁତ ଟଙ୍କାର ଇବିଆଇଟିଡିଏ, ୧୮.୭ ନିୟୁତ ଟଙ୍କାର ଟିକସ ପରବର୍ତୀ ଲାଭ ହାସଲ କରିଛି । କଂପାନିର ସେୟାର ପିଛା ଆୟ ହେଉଛି ୦.୧୦ ଟଙ୍କା । ଆଲୋଚ୍ୟ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ କଂପାନି ୧.୬ ହଜାରରୁ ଅଧିକ ଇଲେକ୍ଟ୍ରିକ୍ ଯାନ ବିକ୍ରି କରିଛି । ୱାର୍ଡୱିଜାର୍ଡ ବୋର୍ଡ ୫% ଲାଭାଂଶ ସୁପାରିସ କରିଛି । ଚତୁର୍ଥ ତ୍ରୟମାସରେ କଂପାନିର ରାଜସ୍ୱ ୪୪.୨% ବୃଦ୍ଧି ପାଇ ୧୭୦.୯ ନିୟୁତ ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୮୪.୧ ପ୍ରତିଶତ ବୃଦ୍ଧି ପାଇ ୧୬ ନିୟୁତ ଟଙ୍କା ହୋଇଛି । ଟିକସ ପୂର୍ବବର୍ତୀ ଲାଭ ୭୫.୫୩% ବଢ଼ିିଛି । ଶ୍ରୀଯୁକ୍ତ ଯତିନ୍ ଗୁପ୍ତେ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ କହିଛନ୍ତି ଯେ,

“ଦେଶରେ ଅନ୍ୟତମ ସବୁଠୁ ଆହ୍ୱାନପୂର୍ଣ୍ଣ ବର୍ଷରେ ଏକ ସକାରାତ୍ମକ ଫଳାଫଳ ହାସଲ କରିଥିବାରୁ ଆମେ ଉଲ୍ଲସିତ । ଆମେ ସାରା ଦେଶରେ ଆମର ଉପସ୍ଥିତି ବଢ଼ାଇଛୁ ଏବଂ ଭାରତୀୟ ପତାକାକୁ ବିଦେଶକୁ ନେଇଛୁ । ବ୍ୟକ୍ତିଗତ ଯାନର ଚାହିଦାରେ ବୃଦ୍ଧି ଏବଂ ଇନ୍ଧନ ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ଯୋଗୁଁ ଇଲେକ୍ଟ୍ରିକ୍ ଯାନ ବିକ୍ରି ବୃଦ୍ଧି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ଦୁଇ ଚକିଆ ଯାନର ବର୍ଦ୍ଧିତ ଚାହିଦା ଯୋଗୁଁ କଂପାନି ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ୧୬୨୩ ୟୁନିଟ୍ ଇଲେକ୍ଟ୍ରିକ୍ ଯାନ ବିକ୍ରି କରିଛି । ଗୋଟିଏ ତ୍ରୟମାସ ଭିତରେ କଂପାନି ୭୪.୭୦% ବୃଦ୍ଧି ହାସଲ କରିଛି ।’’ ଚତୁର୍ଥ ତ୍ରୟମାସରେ ଭଡ଼ୋଦରାରେ ନୂଆ ଷ୍ଟେଟ୍ ଅଫ୍ ଆର୍ଟ ଉତ୍ପାଦନ କାରଖାନାର ଶୁଭାରମ୍ଭ କରାଯାଇଥିଲା । କଂପାନି ପକ୍ଷରୁ ସ୍କାଏଲାଇନ୍, ବିଷ୍ଟ୍, ଥଣ୍ଡର୍ବୋଲ୍ଟ ଓ ହରିକେନ୍ ଭଳି ଚାରିଟି ନୂଆ ଇଲେକ୍ଟ୍ରିକ୍ ମୋଟର୍ସାଇକଲ୍ର ବଜାର ପ୍ରବେଶ କରାଯାଇଥିଲା । ଭଡ଼ୋଦରା କାରଖାନାରେ ଗୋଟିଏ ସିଫ୍ଟରେ ଏକ ଲକ୍ଷରୁ ଅଧିକ ଏବଂ ୨-୩ଟି ସିଫ୍ଟରେ ୩-୪ ଲକ୍ଷ ଗାଡ଼ି ଉତ୍ପାଦନ କରାଯାଇପାରିବ । ଆମର ଭବିଷ୍ୟତ ପଦକ୍ଷେପଗୁଡ଼ିକ କଂପାନିକୁ ନୂତନ ସ୍ତରରେ ପହଂଚାଇବ ବୋଲି ଶ୍ରୀଯୁକ୍ତ ଗୁପ୍ତେ କହିଛନ୍ତି ।
No Result
View All Result