No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ପାଟଣାଗଡ଼ :- ବର୍ତ୍ତମାନ କରୋନା ବିପତ୍ତି ସମୟରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ , ଗରିବ ଅସହାୟ ନିଦ ମଜୁରିଆ ପରିବାର ଦୂର୍ଦ୍ଧିନ ଭାବରେ ଜୀବନ ଅତିବାହିତ କରୁଛନ୍ତି । ଏହି କରୋନା ମହାମାରୀ ବିପତ୍ତି କାଳରେ ପାଟଣାଗଡ଼ ରେ ଏତେ ସବୁ ଭ୍ରଷ୍ଟାଚାର ଚାଳିଛି । ହେଲେ ପାଟଣାଗଡ଼ ଉପଖଣ୍ଡ ଜନସାଧାରଣ ଙ୍କ ପାଇଁ କିଛି ନକରି ଚୁପ୍ ରହୁଥିବା ଜାତୀୟ ବିରୋଧିଦଳ ପରାଜିତ ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଜାତୀୟ କଂଗ୍ରେସ ଦଳର ପରାଜିତ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପୁରୋହିତ ।
ହେଲେ ଏଠି କେତେ ଜଣ ଛାତ୍ର ନେତା ଜଗଜୀବନ ଭୋଇ ଓ ସମାଜସେବୀ ଆଗଧାଡିର ଆଦିବାସୀ ନେତା ଗିରିଧାରୀ ଭୋଇ ପ୍ରଶ୍ନ ଉଠାଇଛନ୍ତି ବର୍ତ୍ତମାନ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ କିଏ ବିରୋଧୀ ଦଳ ର ଭୂମିକା ନିର୍ବାହ କରୁଛନ୍ତି । ଏ ମହାମାରୀ ବିପତ୍ତି ସମୟରେ ପାଟଣାଗଡ଼ ରେ ଏତେ ସବୁ ଭ୍ରଷ୍ଟାଚାର ହେଉଛି । ହେଲେ ଶାସକଦଳ ର ଦଳ ର ନେତାଙ୍କୁ ପ୍ରଶ୍ନ କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନ ସମୟରେ ବିରୋଧିଦଳ ପ୍ରାର୍ଥି ଭାବେ କେବଳ ନିର୍ବାଚନ ଲଢ଼ିବେ କି? ବର୍ତମାନ କରୋନା ମହାମାରୀ ସମୟରେ ପାଟଣାଗଡ଼ ଉପଖଣ୍ଡର ଗ୍ରାମାଞ୍ଚଳରେ ଗରିବ ଓ ପାଟଣାଗଡ଼ ସହର ରେ ଥିବା ଅସହାୟ ଗରିବ ବୃଦ୍ଧ ବୃଦ୍ଧା ମହିଳା ଲୋକଙ୍କୁ ,ମାସ୍କ ସାନିଟାଇଜର ଗ୍ଲୋଭ , ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ , ନିତ୍ୟବ୍ୟବହାର୍ଯ୍ୟ ଆଦି ଜିନିଷ ନିଜସ୍ବ ଖର୍ଚ୍ଚ ରେ ସ୍ଥାନୀୟ ସାମାସେବୀ , ଅନେକ ସଂଗଠନ,ଓ ବିଭିନ୍ନ ସଂଘ ରେ ପଦପଦବୀରେ ରହିଥିବା ବ୍ୟକ୍ତି ବିଶେଷ ମାନେ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି ।
ହେଲେ ପାଟଣାଗଡ଼ ଉପଖଣ୍ଡ ରେ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ପରାଜିତ ବିରୋଧୀ ଦଳର ନେତାମାନେ ଚୁପ୍ ରହୁଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପୋଷ୍ଟ ଦେଖିବାକୁ ମିଳିଛି । କେବଳ ନିର୍ବାଚନ ଲଢ଼ିବା ଜଣେ ସମାଜସେବୀ ବାରମ୍ବାର ପ୍ରଶ୍ନ କରିଛନ୍ତି କଣ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ପରାଜିତ ବିରୋଧୀ ଦଳ ନେତା ମାନଙ୍କ ଚୁପ୍ ରହି ବା ଲଜ୍ୟା ଜନକ କଥା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ସମାଜ ସେବୀ ଙ୍କ ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟ ଅନୁସାରେ ପରାଜିତ ବିରୋଧୀ ଦଳର ନେତାମାନେ ପୁରାପୁରି ଚୁପଚାପ୍ ରହିଥିବା ହେତୁ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ବିରୋଧିଦଳ ରେ ଥାଇ ସୁଦ୍ଧା ଏଡେ ବଡ ମହାମାରୀ ବିପତ୍ତି ସମୟରେ ମଧ୍ୟ କିଛି କରୁନାହାନ୍ତି ।
ଶାସକ ଦଳ ର ବିଧାୟକ ଙ୍କୁ ମଧ୍ୟ କିଛି ପ୍ରଶ୍ନ କରୁନାହାନ୍ତି ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ଅନ୍ୟ ଦିଗରେ କରୋନା ମହାମାରୀ ସମୟରେ ଗରିବ ଅସହାୟ ଲୋକଙ୍କୁ ସହାୟତା ର ହାତ ବଢ଼ାଇଥିବା ଉପରୋକ୍ତ ବ୍ୟକ୍ତି ବିଶେଷ , ଅନୁଷ୍ଠାନ , ସମାଜସେବୀ ପାଟଣାଗଡ଼ ଉପଖଣ୍ଡ ରେ ବସବାସ କରୁଥିବା ଅସହାୟ ଗରିବ ଲୋକଙ୍କ ମଧ୍ୟରେ ତଥା ଜନସାଧାରଣ ଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । (ପାଟଣାଗଡ଼/ଗୋରେଖନାଥ ବରିହା)
No Result
View All Result