No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର ) ପୁରୀ – ମଙ୍ଗଳବାର ପୂର୍ବାହ୍ନରେ ପୁରୀର ଆକାଶ ଧାରଣ କରିଥିବା କୃଷ୍ଣ ବର୍ଣ୍ଣ । ପ୍ରବଳ ଜୋରରେ ପବନ ବହିଥିଲା । ଆକାଶରେ ଢାଙ୍କି ହୋଇଯାଇଥିଲା କଳାହାଣ୍ଡିଆ ବାଦଲ । ଏହି ସମୟରେ ନୀଳଚକ୍ରରେ ଲାଗିଥିବା ଧ୍ୱଜାଦଣ୍ଡ ଲଟକି ରହିଥିଲା । ପ୍ରବଳ ପବନ ଯୋଗୁଁ ପତିତପାବନ ବାନାରେ ପଡିଥିଲା ଶୂନ୍ୟ ଗଣ୍ଠି ।
ପୂର୍ବରୁ ଶହେ , ଦେଢ ଶହ ଏବଂ ୫୦ ହାତିଆ ବାନା ଲାଗୁଥିଲା । ଏବେ ନୀଳଚକ୍ରର ସୁରକ୍ଷା ପାଇଁ ଏତେବଡ ବାନା ଲଗାଯାଉ ନାହିଁ । ମାତ୍ର ମଙ୍ଗଳବାରରେ ବର୍ଷା ପବନରେ ପଡିଥିଲା ଶୂନ୍ୟ ଗଣ୍ଠି । ଏହି ଗଣ୍ଠିକୁ ଅତ୍ୟନ୍ତ ଶୁଭ ଦାୟକ ବୋଲି ମାନ୍ୟତା ଥିବା ଧ୍ୱଜା ବାନ୍ଧୁଥିବା ଚୂନରା ସେବକ ସୂଚନା ଦେଇଛନ୍ତି ।
ବ୍ୟବସାୟିକ କ୍ଷେତ୍ର କିମ୍ବା ବାସ ଗୃହରେ ରଖିଲେ ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହେଉଥିବା କଥା ସେ ପ୍ରକାଶ କରିଛନ୍ତି । ବହୁ ବିଶିଷ୍ଟ ଲୋକ ଏହାକୁ ନେଇ ନିଜ କାର୍ଯ୍ୟସ୍ଥଳରେ ରଖିଥାଆନ୍ତି । ବିଶ୍ୱାସ ରହିଛି ଏହି ଶୂନ୍ୟ ଗଣ୍ଠି ବାନା ବହୁ ବାଧା ବିଘ୍ନ ଦୂର କରିଥାଏ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result