No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- ରାଜ୍ୟର ୮ଜିଲ୍ଲାରେ କାଳ ବୈଶାଖୀର ପ୍ରଭାବ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ମାନଙ୍କୁ ୟେଲୋ ୱାର୍ନିଗ କରିଥିଲା ପାଣିପାଗ ବିଭାଗ । ଏ ସମସ୍ତ ଜିଲ୍ଲାରେ ଘଡଘଡି ସହ ବର୍ଷାର ପ୍ରଭାବ ଅନୁଭୂତ ହେବା ସମ୍ଭାବନା ରହିଛି ବୋଲି ପୂର୍ଵ ସୂଚନା ପ୍ରଦାନ କରିଥିଲା ବିଭାଗ । ଗତ ୨ ଦିନ ଧରି ହିଞ୍ଜିଳି କାଟୁ ସମେତ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଛି।ସାମାନ୍ୟ ବର୍ଷା ସହ ଘଡଘଡିର ପ୍ରଭାବ ଦେଖିବାକୁ ମିଳିଥିଲା । କିନ୍ତୁ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ ଘଣ୍ଟା ସମୟରେ କାଳ ବୈଶାଖୀର ଅସଲ ସ୍ୱରୂପ ଦେଖିବାକୁ ମିଳିଛି ।

ପ୍ରଚଣ୍ଡ ଘଡଘଡି ଶବ୍ଦ ସହ ପାଖାପାଖି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସହ ପବନର ତୀବ୍ରତା ପରିଲକ୍ଷିତ ହୋଇଛି । ଏହାର ପ୍ରକୋପରେ ସ୍ଥାନୀୟ ଅଞ୍ଚଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି । କାଳବୈଶାଖୀ ପ୍ରଭାବରେ ପବନର ବେଗ ଏତେ କ୍ଷିପ୍ର ଥିଲା ଯେ, ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ନିକଟରେ ଏକ ବିରାଟ ବଟବୃକ୍ଷ ମାଟିରେ ଲୋଟି ପଡ଼ିଥିଲା । କିଛି ଘଣ୍ଟା ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମ ଠାରୁ ୫୯ ନଂ ଜାତୀୟ ରାଜପଥ ପିତଳ ଛକକୁ ଯାତାୟତ ବନ୍ଦ ରହିଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ବିଦ୍ୟୁତ ସବଷ୍ଟେସନ, ତାରାତାରିଣୀ ରାସ୍ତାରେ ଗଛ ପଡି ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା ।

ସ୍ଥାନୀୟ ବ୍ଳକ ଶାସନ ଆମ୍ବଗାଁରେ ଗୋଟିଏ, ଭାବନ୍ଧ ଗ୍ରାମରେ ୪ଟି ଓ ଗଣ୍ଡଳା ଗ୍ରାମରେ ୩ଟି ବିଦ୍ୟୁତ ଖୁଣ୍ଟ ମାଟିରେ ଲୋଟି ପଡ଼ିଥିଲା । ଯଦ୍ୱାରା ପ୍ରାୟ ସାଢେ଼ ୩ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ବିଦ୍ୟୁତ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ନରୋତ୍ତମ ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଦ୍ୟୁତ କର୍ମଚାରୀ ମାନେ ସଂପୃକ୍ତ ସ୍ଥଳରେ ପହଞ୍ଚି କାର୍ଯ୍ୟ ସମ୍ପାଦନ କରିବା ପରେ ବିଦ୍ୟୁତ ସେବା ସ୍ବଭାବିକ ହୋଇଥିଲା । କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ନିକଟବର୍ତ୍ତୀ ଗ୍ରାମାଞ୍ଚଳର କିଛି ଗୁହାଳ ଘର ଉଜୁଡି ଯାଇଥିବା ଜଣାପଡିଛି ।
( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result