No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ସୁପର ସ୍ପେଡର ସାଜିପାରେ ଜାତୀୟ ରାଜପଥ ୫୩ ସଂପ୍ରସାରଣ ଦ୍ବାୟିତ୍ବ ନେଇଥିବା ଠିକାସଂସ୍ଥା ବାଲାଜୀ ଇଂଜିକନ୍ ଲିମିଟେଡ୍ । ଗତକାଲି ଏହି ସଂସ୍ଥାର ରାମକୃଷ୍ଣପୁର କ୍ୟାମ୍ପରେ ଗୋଟିଏ ଦିନରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଏହି କ୍ୟାମ୍ପକୁ ଗତକାଲି ସକାଳ ୭ ରୁ ୭୨ ଘଣ୍ଟା ପାଇଁ ମାଈକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
କିନ୍ତୁ ଚିନ୍ତାର ବିଷୟ ଏହି ଠିକାସଂସ୍ଥା ସବୁ କଟକଣାକୁ ଫୁ କରିଦେଇଛି। କ୍ୟାମ୍ପ ମଧ୍ୟକୁ ବାହାରୁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରମିକ ପ୍ରବେଶ କରୁଥିବା ବେଳେ ଅନେକ ଶ୍ରମିକ ଗାଡି ଯୋଗେ ବିଭିନ୍ନ ସ୍ଥାନକୁ ଯାଇ ରାସ୍ତା କାର୍ଯ୍ୟ କରୁଛନ୍ତି । କ୍ୟାମ୍ପରେ ବହୁ ଶ୍ରମିକଙ୍କ ଭିଡ ଦେଖିବାକୁ ମିଳିଛି। ଅନେକ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ରଖୁ ନାହାଁନ୍ତି। ଏପରି ସ୍ଥଳେ ଏହି ସଂସ୍ଥା ସ୍ଥାନୀୟ ଅଞ୍ଚଳ ପାଇଁ ସୁପର ସ୍ପେଡର ସାଜିପାରେ ବୋଲି ଅନୁମାନ କରାଯାଉଛି । (ରିପୋର୍ଟ୍, ଅମର ରଞ୍ଜନ ଦାସ )ଢେଙ୍କାନାଳ।
No Result
View All Result