No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ଭୁବନେଶ୍ୱର :- ଆନ୍ଧ୍ର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏପିପିସିବି) ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶକୁ ଅନ୍ତରୀଣ ଭାବେ ମାନ୍ୟବର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସ୍ଥଗିତ ରଖିବା ପରେ ଅମର ରାଜା ବ୍ୟାଟେରିଜ୍ ଲିମିଟେଡ୍ ପକ୍ଷରୁ ୨୦୧୨୧ ମେ’ ୮ରୁ ଚିତ୍ତୁର ଜିଲ୍ଲାର ନୁନେଗୁଣ୍ଡଲାପଲ୍ଲୀ ଓ କର୍କାମ୍ବାଡି କାରଖନ।।ରେ ଉତ୍ପାଦନ ପୁନର୍ବାର ଆରମ୍ଭ କରାଯାଇଛି । ପରିବେଶ, ସୁରକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଶ୍ରେଷ୍ଠ ଶ୍ରେଣୀର ବ୍ୟବସ୍ଥା ଓ ପ୍ରକ୍ରିୟା ଉପରେ ଧ୍ୟାନକୁ ଜାରି ରଖି କଂପାନି ପକ୍ଷରୁ ସମ୍ଭାବ୍ୟ ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ଏପିପିସିବି ସହିତ ମିଳିତ ଭାବେ କାର୍ଯ୍ୟ କରାଯିବ । କଂପାନି ଏହାର ସମସ୍ତ ଯୋଗାଣ ପ୍ରତିବଦ୍ଧତା ପୂରଣ କରିବ ବୋଲି ଦୃଢ଼ ବିଶ୍ୱାସ ରଖିଛି ଏବଂ ଏହାର ସମସ୍ତ ଅଂଶୀଦାର ମାନଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ବିଗତ କିଛି ଦିନରେ
ଯେଉଁ ସାମୟିକ ବିଭ୍ରାଟ ହୋଇଛି ତାହା ଏହାର ବରାଦ ପୁସ୍ତିକା କିମ୍ବା ପରିଚାଳନା ଉପରେ କୌଣସି ଭୌତିକ ପ୍ରଭାବ ପକାଇବ ନାହିଁ । “ଆମର ଗ୍ରାହକମାନଙ୍କ ଉତ୍ପାଦ ଓ ସେବା ଯୋଗାଣକୁ ନେଇ ଆମେ ଦେଇଥିବା ପ୍ରତିଶ୍ରୁତିକୁ ବିନା କୌଣସି ପ୍ରତିବନ୍ଧକରେ ସଠିକ୍ ଭାବେ ପୂରଣ କରିବା ଲାଗି ନିଶ୍ଚିତ କରିବା ପାଇଁ ଆମେ ବିହିତ ପଦକ୍ଷେପ ଗ୍ରହଣ କରିଛୁ । ଆମେ ସ୍ୱଳ୍ପମିଆଦୀ ବିଭ୍ରାଟର ଅନୁଶୀଳନ କରୁଛୁ ଏବଂ ଆମ ଗ୍ରାହକ ଏବଂ ବ୍ୟବସାୟ ସହଯୋଗୀମାନଙ୍କ ଚାହିଦା ପୂରଣ କରିବା ଲାଗି ଆମେ ପ୍ରସ୍ତୁତ ହୋଇଛୁ । ଏହି ଅବସରରେ ଆମେ ଆମର ସମସ୍ତ କର୍ମଚାରୀ, ଗ୍ରାହକ, ସହଯୋଗୀ, ଭେଣ୍ଡର ଏବଂ ଅଂଶୀଦାର ଯେଉଁମାନେ ଆମ ଉପରେ ଭରସା ପ୍ରକଟ କରିଛନ୍ତି ତାଙ୍କୁ ଧନ୍ୟବାଦ ଜଣାଉଛୁ ଏବଂ ଆମର ସମସ୍ତ ଅଭିଳାଷକୁ ପୂରଣ କରିବା ଲାଗି ଆମେ ଉଦ୍ୟମ ଜାରି ରଖିବୁ ବୋଲି କଂପାନିର ପ୍ରବକ୍ତା କହିଛନ୍ତି । ସମସ୍ତ ପ୍ରକାର ନିୟାମକ ନିୟମର ଅନୁପାଳନ କରିବାରେ ନିଜର ଉତ୍କର୍ଷତା ପାଇଁ କଂପାନି ଏହାର ପ୍ରତିବଦ୍ଧତାକୁ ଦୋହରାଇଛି । ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ଏଆର୍ବିଏଲ୍ ସର୍ବଦା ପରିବେଶ ଓ କର୍ମ କ୍ଷେତ୍ରରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଛି ।
No Result
View All Result