• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି

Proprietor Abhimanyu Maharana by Proprietor Abhimanyu Maharana
May 10, 2021
in ଓଡ଼ିଶା, ଜଗତସିଂହପୁର, ହୋମ୍
0
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ଜଗତସିଂହପୁର/ରାୟଗଡ଼ା/ବାସୁଦେବପୁର :- ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି । ହେଲେ ଟୀକାଗ୍ରହଣ କେନ୍ଦ୍ର ମାନଙ୍କରେ ଟୀକା ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଟୀକା ଅଭାବରୁ ଅଧିକାଂଶ ଟାକାକରଣ କେନ୍ଦ୍ର ବନ୍ଦ ରହିଥିବାବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଆଉଟଡୋର ସମେତ ମୋଟ ୨୪ ଟି ସ୍ଥାନରେ ଟିକାକରଣ ଚାଲିଛି । ଅନେକ ସ୍ଥାନରେ କୋଭିଡ ଗାଇଡ ଲାଇନ ପାଳନ ହୋଇନଥିବା ଦେଖିବାକୁ ମିଳିଛି । ରଘୁନାଥପୁର ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବଂ ବାଲିକୁଦା ବୋରିକିନା ସ୍ୱାସ୍ଥ୍ୟକେନ୍ଦ୍ରରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା ।

ସମୟ ଅତିକ୍ରାନ୍ତ ଭୟରେ ୨ୟ ଡୋଜ ନେବା ପାଇଁ ରାତି ୪ଟାରୁ ଲୋକମାନେ ଏଠାରେ ଲାଇନ ଲଗାଇଥିଲେ। ରେଢୁଆରେ ଭୀଡ ଯୋଗୁ ଠେଲାପେଲା ହୋଇଥିଲା ଏବଂ ୨ ଜଣ ବରିଷ୍ଠ ନାଗରିକ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି  ସେହିପରି ବୋରିକିନାଠାରେ ମଧ୍ୟ ଟୀକା ନେବା ପାଇଁ ଧାଡିରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରେ ଠେଲାପେଲା ହେବାରୁ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସ୍ଥାଳୀୟ ତହସିଲଦାର ଓ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଳା ମୁଖ୍ୟ ଚିକତ୍ସା ଅଧିକାରୀ ଡାଃ ବିଜୟା ପଣ୍ଡା କହିଛନ୍ତି ଯେ, ଅନେକ ଲୋକଙ୍କର ସମୟ ସରି ଆସୁଥିବାରୁ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନଙ୍କୁ କେବଳ ୨ୟ ଡୋଜ ଟୀକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଟୀକା ଆସିଲେ ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତଙ୍କୁ ଟୀକା ଦିଆଯିବ ବୋଲି ସେ କହିଛନ୍ତି।

ସେପଟେ, ରାୟଗଡ଼ାରେ ଟିକା ଗ୍ରହଣ କରିବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ଟିକାଦାନ ଚାଲିଥିବାବେଳେ ଟିକା ନେବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅଶୋକ କଲ୍ୟାଣ ମଣ୍ଡପ, ୟୁଜିଆଇଟି, କୋମଟାଲପେଟା ଭଳି ଟିକାଦାନ କେନ୍ଦ୍ରରେ ପ୍ରବଳ ଜନଗହଳି ହୋଇଛି। ସକାଳ ୬ଟାରୁ ଲୋକେ ଟିକା ନେବାକୁ ଧାଡି ବାନ୍ଧି ଠିଆ ହୋଇଛନ୍ତି।

ଏପଟେ, ଭଦ୍ରକ ବାସୁଦେବପୁର ହେଉ କି ଭଣ୍ଡାରିପୋଖରୀ ଅବା ଆନନ୍ଦପୁର କିମ୍ବା ପିପିଲି ହେଉ, ରାଜ୍ୟର ବହୁ ଟିକାଦାନ କେନ୍ଦ୍ରରେ ସାମାଜିକ ଦୂରତ୍ୱର ଖୋଲା ଉଲ୍ଲଂଘନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନର ଏମିତି ଚିତ୍ର ଆସିଲା ପରେ ଏବେ ଚିନ୍ତା ବଢ଼ିଛି। ଏମିତି ଦୃଶ୍ୟ ସାମ୍ନାକୁ ଆସିବା ପରେ ଟିକା କେନ୍ଦ୍ର ସୁପର ସ୍ପ୍ରେଡର ପାଲଟିବନି ତ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ଟିକା ନେବାକୁ ଆସିଥିବା ଲୋକଙ୍କ କହିବା କଥା ସେମାନେ ରାତି ୩ଟାରୁ ହିଁ ଆସି ଲାଇନରେ ଛିଡ଼ା ହୋଇଛନ୍ତି ।

ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ରହିଥିଲେ ମଧ୍ୟ ଟିକା ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟିକାଦାନ ସହ ପଞ୍ଜିକରଣ ପାଇଁ ମଧ୍ୟ ଲୋକେ ଲମ୍ବା ଲାଇନ୍ ଲଗାଇବା ସହ ଭିଡ଼ କରୁଥିବାର ଦେଖିବାକୁ ମିଳୁଛି। ଯାହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି। ଦୁଇ ଦିନ ସଟଡାଉନ ପରେ ଆଜି ସକାଳୁ ଟିକା କେନ୍ଦ୍ର ଖୋଲାଯିବା ପରେ ଏହି ସବୁ ସ୍ଥାନରେ ଟିକା ନେବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଏପଟେ, ବାଲେଶ୍ୱରରେ ବନ୍ଦ ରହିଛି ଟିକାକରଣ ପ୍ରକ୍ରିୟା। ଟିକା ଅଭାବ ଥିବାରୁ ବନ୍ଦ ରହିଛି ଭ୍ୟାକ୍ସିନେସନ। ଫଳରେ ଟିକା ନେବା ପାଇଁ ଆସୁଥିବା ଲୋକେ ନିରାଶରେ ଫେରି ଯାଉଛନ୍ତି। ବାଲେଶ୍ୱରରେ କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଥିଲା ଟିକାକରଣ ପ୍ରକ୍ରିୟା। ଲୋକେ ମଧ୍ୟ ପ୍ରବଳ ଉତ୍ସାହ ସହ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ଆସୁଥିଲେ। ମାତ୍ର ଟିକା ଅଭାବରୁ ପୁଣି ଥରେ ବାଧାପ୍ରାପ୍ତ ହୋଇଛି ଭ୍ୟାକ୍ସିନେସନ ପ୍ରକ୍ରିୟା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version