No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ଭୁବନେଶ୍ୱର :- ଓଡ଼ିଶାରେ ମ୍ୟୁକୋରୋମାଇକୋସିସ୍ ବା ବ୍ଲାକ ଫଙ୍ଗସରେ ସଂକ୍ରମିତ ହେବା ଗୋଟିଏ କେସ୍ ସାମନାକୁ ଆସିଛି । ତାଙ୍କ ବୟସ ୭୧ ବର୍ଷ। ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଅନିୟନ୍ତ୍ରିତ ମଧୁମେହରେ ପୀଡ଼ିତ। ତାଙ୍କ ଘରେ ଏକ ପୁରୁଣା ଏୟାର କୁଲର ପାଣି ବହୁ ଦିନ ହେଲା ପରିବର୍ତ୍ତନ ହୋଇ ନଥିଲା । ସେଥିରୁ ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଏପ୍ରିଲ ୧୮ ତାରିଖରେ ତାଙ୍କର ସ୍ୱାବ୍ ସଂଗ୍ରହ ହୋଇଥିଲା । ଏପ୍ରିଲ ୨୦ରେ ସେ ପଜିଟିଭ୍ ଥିବା ଜଣା ପଡିଥିଲା ।
ସେ ହୋମ୍ ଆଇସୋଲେସନରେ ଥିଲେ। କିନ୍ତୁ ସେ କୌଣସି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉ ନଥିଲେ। ଗତ ୮ ତାରିଖରେ ତାଙ୍କର ଆଖି ଫୁଲିବା ସହ ନାକରୁ କଳାପାଣି ବାହାରିଲା । ଏହି ଲକ୍ଷଣ ଦେବା ପରେ ନାକର ଏଣ୍ଡସ୍କୋପି କରିଥିଲେ। ନାକରେ ବ୍ଲାକ ଡିପୋଜିଟ୍ ଥିବା ଜଣା ପଡିଥିଲା । ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ମିଳିଥିବା ସୂଚନା ମୁତାବକ ଏହି ଗୋଟିଏ କେସ୍ ଛାଡିଦେଲେ ଏ ଯାଏ କୌଣସି ହସ୍ପିଟାଲରୁ ବ୍ଲାକ ଫଙ୍ଗସ ସଂକ୍ରମଣର ସୂଚନା ନାହିଁ ।
No Result
View All Result