ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ଅବମାନନା କଲେ ବ୍ଲକ ପଞ୍ଚାୟତ କର୍ତ୍ତୃପକ୍ଷ ; ପାନୀୟ ଜଳ ପାଇଁ ହନ୍ତ ସନ୍ତ ଗରିବ ଲୋକ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) କେନ୍ଦୁଝର :- ଖରାଦିନ ପୂର୍ବରୁ ପାନୀୟଜଳ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ, ବ୍ଲକ୍‌ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନଥିବା ‌ଦେଖିବାକୁ ମିଳିଛି । କେନ୍ଦୁଝର ସଦର ବ୍ଲକ୍‌ ଶଙ୍କିରୀ ପଞ୍ଚାୟତ ପୋଟଳ ଗ୍ରାମ ଗୁଡ଼ାସାହିରେ ପାନୀୟଜଳ ସଂକଟ ଉତ୍କଟ ହୋଇଛି । ପାଣି ପାଇଁ ଲୋକେ ଦେଢ଼ କିଲୋମିଟର ଚାଲିଚାଲି ଯାଉଥିବା ଅଭିଯୋଗ କରିଛନ୍ତି ।

ସାହିରେ ୧୫ଟି ପରିବାରର ଶହେରୁ ଊର୍ଦ୍ଧ୍ବ ଲୋକ ବାସ କରୁଛନ୍ତି । ଦୀର୍ଘବର୍ଷ ଧରି ଗ୍ରାମରେ ପାନୀୟ ଜଳର ସମସ୍ୟା ଲାଗି ରହିଥିଲା । କିଛିବର୍ଷ ତଳେ ଗାଁଲୋକ ଦାବି ପରେ ଏକ ସୋଲାର ଚାଳିତ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା । କିଛିଦିନ ଚାଲିବା ପରେ ବର୍ତ୍ତମାନ ଖରାପ ହୋଇଯାଇଛି। ମରାମତି ମଧ୍ୟ କରାଯାଉ ନାହିଁ। ଫଳରେ ଲୋକେ ପାଣିପାଇଁ ବହୁତ ହଇରାଣ ହେଉଛନ୍ତି । ପାନୀୟଜଳ ବ୍ୟବସ୍ଥା ନଥିବାରୁ ଲୋକେ ବାଧ୍ୟ ହୋଇ ଦେଢ଼ କିଲେମିଟର ଯାଇ ପାଣି ଆଣୁଛନ୍ତି । ତୁରନ୍ତ ଗୁଡାସାହିରେ ପାନୀୟଜଳ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତିି ।