No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ଯାଜପୁର ଟାଉନ :- ପୁଣି ଲଭ୍, ସେକ୍ସ ଓ ଧୋକାକୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ପ୍ରଥମେ ଭଲପାଇବା, ତାପରେ ବିବାହର ପ୍ରତିଶ୍ରୁତି ଆଉ ତାପରେ ଶାରୀରିକ ସମ୍ପର୍କ । ପୁଣି ଏଭଳି ଏକ କରୁଣ କାହାଣୀ ଆସିଛି ଯାଜପୁର ଜିଲା ବିଂଝାରପୁର ଥାନା ଅଳକୁଣ୍ଡ ଅଂଚଳୁ । ଏହି ଅଞ୍ଚଳର ଜନୈକ ଯୁବତୀଙ୍କ ସହିତ ଜଣେ ଯୁବକଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା ।
ଦୀର୍ଘ ୯ ବର୍ଷ କାଳ ଭଲପାଇବା ସହ ଶରୀରିକ ସମ୍ପର୍କ ରଖିଥିଲା ପ୍ରେମିକ ଜଣଙ୍କ । ଯେତେବେଳେ ଯୁବତୀ ଜଣଙ୍କ ଗର୍ଭବତୀ ଥିବା ଜାଣିଲା ପରେ ଏବେ ଫେରାର ହୋଇଯାଇଛି ରସିକିଆ ପ୍ରେମିକ । ଅନ୍ଯପଟେ ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଝିଅକୁ ନ୍ୟାୟ ଦେବାକୁ ଗୁହାରୀ କରିବା ସହୀତ ତୁରନ୍ତ ଅଭିଯୁକ୍ତ ପ୍ରେମିକକୁ ଗିରଫ ପାଇଁ ଦାବି କରିଛନ୍ତି ।
No Result
View All Result