No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ପାଟଣାଗଡ଼ :- ଅସହାୟ ବୃଦ୍ଧ ବୃଦ୍ଧା ଓ ବିଧବା ଙ୍କୁ ସରକାରଙ୍କ ମାସିକ ଭତ୍ତା ବ୍ୟବସ୍ଥା ରହିଛି । ତେବେ ପ୍ରଶାସନିକ କଚ୍ଛପ ଗତି ଯୋଗୁଁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ନୂତନ ଧାତୁକ ପଞ୍ଚାୟତ ବରବାହାଲ ର ୯ ଜଣ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଆଶାୟୀ ଙ୍କ ଆବେଦନ ପତ୍ର ବିଡା ବନ୍ଧା ହୋଇ ବ୍ଳକ ର ଭତ୍ତା ବିଭାଗ ର ଆଲମାରୀ ରେ ପଡ଼ିରହିଛି । ସୁଚନା ଯୋଗ୍ୟ ଯେ ବରବାହାଲ ଗ୍ରାମ ର ଯୋଗ୍ୟ ହିତାଧିକାରୀ ବିରଞ୍ଚି କଲାରୀ ,(୬୭)ଉପାସିନାଗ( ୬୪)ଭୁବନ ନାଗ(୬୬,,) ବିଲାସ କଲାରୀ (୬୫) ସୁଭଦ୍ରା ବରିହା (୬୪) କୃଷ୍ଣ ପାଣ୍ଡେ (୬୩) କୃଷ୍ଣ ବରିହା ,(୬୨),ଟିକେମଣି ରାବଣ (୬୩) ବିଚେନାଗ(୬୨) ପୁରନ୍ଦର ପାଣ୍ଡେ ଙ୍କ ବ୍ୟତୀତ ଗ୍ରାମ ରଅନେକ ଗରୀବ ଆଦିବାସୀ ବିଧବା ମହିଳା ଭତ୍ତା ରୁ ବଞ୍ଚିତ ହୋଇଛନ୍ତି ।
ବହୁ ବାର ଭତ୍ତା ପାଇବା ପାଇଁ ଆଶାୟୀଗଣ ସରକାର ଙ୍କ ନାମାନୁସାରେ ଦରଖାସ୍ତ ଫର୍ମ ପୂରଣ ସହ ଅନଲାଇନ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି । ଦରଖାସ୍ତ ଗୁଡିକ ଜିଲ୍ଲା ପ୍ରଶାସନ ନିକଟକୁ ପଠାଯିବ ଏବଂ ମଞୁର ହୋଇ ଆସିଲେ ଆଶାୟୀ ଗଣ ଭତ୍ତା ପାଇବେ ବୋଲି ଦାୟିତ୍ଵ ରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି ।ଅନ୍ୟ ପକ୍ଷରେ ଆଶାୟୀ ଗଣ ବ୍ଳକ ଅଫିସ କୁ ବାରମ୍ବାର ଧାଁ- ଦୈଡ କରି ନିରାଶ ହୋଇ ଜନ ପ୍ରତିନିଧି ମାନଙ୍କ ଦ୍ବାରସ୍ଥ ହୋଇ କେବଳ ଆଶ୍ଵାସନା ବାଣୀ ଶୁଣୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ କେବେ ମଞୁର କରିବେ ଏବଂ ଏମାନେ ଭତ୍ତା ପାଇବେ ସେ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲାପାଳ ଦୃଷ୍ଟି ଦେଇ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ଯୋଗାଇ ଦେବାକୁ ଦାବି ହେଉଛି । (ପାଟଣାଗଡ଼,ରିପୋର୍ଟ/ଗୋରେଖନାଥ ବରିହା )
No Result
View All Result