No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ପାଟଣାଗଡ଼ :- ଗାଁ ପରିମଳ ଧୁବା ତୋଠରୁ ଜଣାପଡେ । କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି ବେଲପଡା ବ୍ଳକ ଘାଗୁର୍ଲି ପଞ୍ଚାୟତ ଖଲିଆପାଲି ଗ୍ରାମରେ । ଏ ଗାଁ ର ଦୃଶ୍ୟ କୁ ଦେଖି ମନେ ହୁଏ ଫେଲ ମାରିଛି ସରକାରଂକ ଯୋଜନା । ହେଲେ ସରକାର ସ୍ବଛଭାରତ ଅଭିଯାନ ସହ ସଫାସୁତୁରା ରଖିବାକୁ ଗାଁ କଲ୍ୟାଣ ସମିତି ଗଠନ ହୋଇଛି । ସମିତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି ! ଗାଁ ସଫାସୁତୁରା ରଖିବା ପାଇଁ ଦାୟିତ୍ବ ରହିଥିବା ବେଳେ କାମ ନହୋଇ ଟଙ୍କା ଦାୟିତ୍ବରେ ଥିବା ଓ୍ବାର୍ଡ ମେମ୍ବର,ଆଶା, ଅଙ୍ଗନବାଡି ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି । କାଗଜ କଳମ ରେ ଗାଁ କଲ୍ୟାଣ ସମିତି ଚାଲୁଥିବା ବେଳେ ତାହା ପ୍ରକୃତରେ ଟଙ୍କା ର ସଦୁପଯୋଗ ହେଉନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
ହେଲେ ବ୍ଳକ ପ୍ରଶାସନ ବିନା ତଦନ୍ତ ରେ ଏମାନଙ୍କୁ ବିଲ୍ ପୈଠକ କେମିତି କରୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି !! ଏହି ଗାଁ ମଝି ରାସ୍ତାରେ ପାଣି ଗଡୁଛି ପାଣି ଜମା ବହୁଥିବାବେଳେ ଅପରିଷ୍କାର ମଧ୍ୟ ହୋଇଯାଇଛି ! ଗାଁ ର ମଧ୍ୟ ସ୍ଥଳୀରେ ସବୁ ସମୟରେ ଦୁର୍ଗନ୍ଧ ପାଣି ଛୁଟୁଛି ସେଥିପାଇଁ ଗାଁ ଲୋକେ ବିଭିନ୍ନ ମାରାତ୍ମକ ରୋଗ ରେ ପିଡିତ ହେବାକୁ ପଡୁଛି ! ଗାଁ ର ରାସ୍ତା ଯେମିତି ହୋଇଛି ଯେ ଚାଳିବାକୁ ମଧ୍ୟ ଲୋକେ ନାକ ରେ ହାତ ମାରି ଚାଲୁବାକୁ ପଡୁଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି !
ପଞ୍ଚାୟତ କାର୍ଯ୍ୟାଳୟ ରୁ ପ୍ରାୟ ୧ କିମି ଦୂରରେ ଗାଁ ରହିଥିଲେ ସୁଦ୍ଧା ଏହି ଗାଁ ରେ ବିଭିନ୍ନ ସମସ୍ୟା ଦେଖାଦେଇଛି । ଗାଁ ରେ ଥିବା ସୈ । ର ଯାନ୍ତ୍ରୀକ ପମ୍ପ ମଧ୍ୟ ଛଅ ମାସ ହେଲା ଅଚଳ ହୋଇପଡିଛି ! ଯାହାଫଳରେ ଗ୍ରାମବାସୀ ପାନୀୟ ଜଳ ପାଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଦିର୍ଘ ଦିନ ଧରି ଅଚଳ ହୋଇପଡିଥିବାରୁ ଲୋକେ ପାନୀୟ ଜଳ ପାଇଁ ମଧ୍ୟ ଡହକବିକଲ ହେଉଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଡ଼୍ରେନ ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।(ପାଟଣାଗଡ଼,ରିପୋର୍ଟ/ଗୋରେଖନାଥ ବରିହା )
No Result
View All Result