No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ହିଞ୍ଜିଳିକାଟୁ :- ରାଜ୍ୟରେ କରୋନା ଭୁତାଣୁର ଦ୍ଵିତୀୟ ଲହର ଅତି ଭୟଙ୍କର ସାବ୍ୟସ୍ତ ହୋଇଛି।ସଂକ୍ରମଣର ତୀବ୍ରତା ସାରା ରାଜ୍ୟରେ ରଚି ଚାଲିଛି ମୃତ୍ୟୁର ତାଣ୍ଡବ ଲୀଳା।ସବୁଠାରେ ଦେଖାଦେଇଛି ଭୟ ଓ ଆତଙ୍କର ବାତାବରଣ।ପରିସ୍ଥିତି ଏପରି ହୋଇଛି ଯେ ସାମାଜିକ ଓ ଜୀବନ ଜୀବିକା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ଭାରି ସଙ୍ଗୀନ । ଗତ କାଲି ଜିଲ୍ଲାରେ ୨୬୬ ଜଣ ସଂକ୍ରମିତ ଚିହ୍ନଟ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ସରକାର ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି କରୋନା ମୁକାବିଲା କରିବା ପାଇଁ ରୀତିମତ ପଦକ୍ଷେପ ଗ୍ରହଣ କରିଛନ୍ତି।ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।କରୋନା ଭୁତାଣୁର କରାଳ ଗ୍ରାସରାଜ୍ୟର ବିଭିନ୍ନ ସ୍ଥାନରେ ଦିନକୁ ଦିନ ମୁଣ୍ଡ ଗଡୁଥିବା ସରକାରୀ ଓ ବେସରକାରୀ ସୂତ୍ରରୁ ଜଣାପଡିଛି । ଏଣେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଜିଲ୍ଲାରେ ଦେଖାଦେଇ ଥିବା ନୁଆଁ ଷ୍ଟ୍ରେନ N 440K ର ତୀବ୍ରତା ସମ୍ପର୍କରେ ସୂଚନା ମିଳିଛି।ରାଜ୍ୟ ସରକାର ସେଠାରୁ ଆସୁଥିବା ଫେରନ୍ତାଙ୍କ ଉପରେ କଡା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାର ସ୍ଥିତି ମଧ୍ୟ ବେହାଲ ।ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଉଛି।କିଛି ସ୍ଥାନର ଅସମ୍ଭାଳ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ମିନି କଣ୍ଟେନମେଣ୍ଟ ଉପରେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।ଜିଲ୍ଲାର ହିଞ୍ଜିଳି ବ୍ଳକରେ କିଛି ଗ୍ରାମରେ ଦେଖାଦେଇଛି ତୀବ୍ର ସଂକ୍ରମଣ।ସ୍ଥାନୀୟ ବ୍ଳକ ଓ ପୋୖରାଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରିସ୍ଥିତିକୁ ଭିତ୍ତିକରି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ଗତ କିଛି ଦିନ ଧରି ସ୍ଥାନୀୟ ପୋୖରାଞ୍ଚଳ ସୋମପୁରର ରୁଖି ସାହି ଓ ବ୍ଳକର ପୋଚିଲିମ୍ମା ପଞ୍ଚାୟତର ସୋମପୁର,ଶିକିରି ପଞ୍ଚାୟତର ଆଡୁଆ ସାହି ଓ ନୁଆଁ ସାହି ଓ ମକରଝୋଳ ପଞ୍ଚାୟତର ପଲ୍ଲୀ ପଦ୍ମନାଭପୁର ଗ୍ରାମରେ ସଂକ୍ରମଣ ବୃଦ୍ଧି ପାଇଛି।ସମ୍ପୃକ୍ତ ଗ୍ରାମରେ ୮୦ ଜଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି ।
ସମ୍ପୃକ୍ତ ୩ ଗ୍ରାମାଞ୍ଚଳ ଓ ପୋୖରାଞ୍ଚଳର ଏକ ସାହିର ସଂକ୍ରମଣ ବୃଦ୍ଧି ଓ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିନି କଣ୍ଟେନମେଣ୍ଟ ଘୋଷଣା ପାଇଁ ଅନୁଧ୍ୟାନ କରାଯାଇଛି। ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ସଂପୃକ୍ତ ଅଞ୍ଚଳ ଗୁଡ଼ିକୁ ମିନି କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି। ପ୍ରକାଶ ଯେ, ଗତ ୨୪ ତାରିଖରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ୧୧ ନଂ ଓ୍ବାର୍ଡ କେଉଟ ସାହି ଓ ଥାନାତୋଟା ସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା।ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଂଚଳ ଗୁଡ଼ିକୁ ବିଶୋଧିତ କରାଯିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ,ବିଡିଓ ସୁବ୍ରତ କୁମାର ଜେନା କହିଛନ୍ତି।କଣ୍ଟେନମେଣ୍ଟ ଘୋଷଣା ପୂର୍ବରୁ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ,ଶିବରାମ ରଣା, ପୂର୍ଣ୍ଣଚନ୍ଦ୍ର ସାହୁ ଓ ବୈଷ୍ଣବ ମଣ୍ଡଳ ପ୍ରମୁଖ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଥିଲେ । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result