No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ସୋର :- ସୋର ବ୍ଲକ ଅନନ୍ତପୁର ଗ୍ରାମ ପଞ୍ଚାୟତ ରେ କରୋନା ସଂକ୍ରମଣ ଦିନ କୁ ଦିନ ବିସ୍ତାରିତ ହେବାରେ ଲାଗିଛି । ଆକ୍ରାନ୍ତ ଙ୍କ ସଂଖ୍ୟା ରେ ଅସ୍ବାଭାବିକ ବୃଦ୍ଧି ଯୋଗୁଁ ପଞ୍ଚାୟତ ର ମୂଳକାଏଦା ଏବଂ ଗ୍ରାମ କୁ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ ରୂପେ ଘୋଷଣା କରାଯାଇଛି । କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି, ଅନନ୍ତପୁର ବିଜୁ ଜନତା ଦଳ ପକ୍ଷରୁ ଏକ ସାନିଟାଇଜେଶନ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆମ ଅନନ୍ତପୁର ଗ୍ରାମ ପଞ୍ଚାୟତରେ କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ, ଛାତ୍ର ଏବଂ ଯୁବ ବିଜୁ ଜନତା ଦଳ, ଅନନ୍ତପୁର ପରିବାର ତରଫରୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ସାନିଟାଇଜେଶନ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅନନ୍ତପୁର ଗ୍ରାମ ପଞ୍ଚାୟତ ର ପଞ୍ଚାୟତସମିତି ସଦସ୍ୟ ଶ୍ରୀ ଜୟରାମ ଦାସଙ୍କ ପ୍ରେରଣା ତଥା ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନିରଦ ପ୍ରଭା ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ , ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ପ୍ରଦୀପ ଦାସଙ୍କ ନିର୍ଦ୍ଦେଶରେ ବିଜୁ ଯୁବ ଜନତା ସାମାଜିକ ସଂଯୋଜକ ଶିବାନୀ ଶଙ୍କର ପଲେଇ,ନରେନ୍ଦ୍ର ମଲ୍ଲିକ, ରାହୁଲ ପଣ୍ଡା,ବିଶ୍ୱଜିତ ସେଠୀ, ନିତ୍ୟାନନ୍ଦ ମଲ୍ଲିକ, ଆଲୋକ ଜେନା ଓ ପୂର୍ବତନ ନାୟବ ସରପଞ୍ଚ ଶମ୍ଭୁନାଥ ମଳିକ ତଥା ଦିଲ୍ଲୀପ ପଣ୍ଡା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
No Result
View All Result