No Result
View All Result
୧୮ ଦିନ ଯୁଦ୍ଧରେ ଦ୍ରୌପଦୀଙ୍କ ବୟସ ଯେମିତି ୮0 ବର୍ଷ ଭଳି ଲାଗୁଥିଲା, ଶାରୀରିକ ରୂପରେ ଓ ମାନସିକ ରୂପରେ ବି ।
ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ଭୁବନେଶ୍ୱର :- ହସ୍ତିନାପୁର ର ଚାରିଆଡେ ବିଧବା ମାନଙ୍କର କ୍ରନ୍ଦନସ୍ୱର ସାଙ୍ଗକୁ ଶ୍ବାନଶୃଗାଳ ମାନଙ୍କର ବିକଟାଳ ରଡି ଦ୍ରୌପଦୀ ଙ୍କୁ ସ୍ଥାଣୁ କରି ଦେଇଥିଲା । ନଗର ର ଚାରିଆଡେ ପୁରୁଷଶୂନ୍ୟ । ଅନାଥ ପିଲାମାନେ ଯାହା ବୁଲାବୁଲି କରିବାର ଦେଖା ଯାଉଥିଲା । ଦ୍ରୌପଦୀ ନୀରବ, ନିଶ୍ଚଳ ରେ ବସି ଯାହା ଖାଲି ଶୂନ୍ୟ କୁ ଅନାଇଥାନ୍ତି ।
ଠିକ୍ ସେହି ସମୟରେ……..
କୃଷ୍ଣ ଆସି ଦ୍ରୌପଦୀ ଙ୍କ ଉଆସ ରେ ପହଂଚି ଗଲେ । କୃଷ୍ଣ ଙ୍କୁ ଦେଖିଦେଇ ଦ୍ରୌପଦୀ କୁଣ୍ଡାଇ ପକେଇ କାନ୍ଦିବାକୁ ଲାଗିଲେ…….
ଦ୍ରୌପଦୀ :—- ଇଏ କ’ଣ ହେଲା ସଖା ? ମୁଁ ତ ଏପରି ହେବ ବୋଲି କେବେ ଚିନ୍ତା କରି ନଥିଲି।
କୃଷ୍ଣ :— ନିୟତି ବହୁତ କ୍ରୁର ପାଂଚାଳି….ସେ ଆମେ ଯାହା ଚିନ୍ତା କରିବା ତାହାର ଅନୁରୂପରେ ଚାଲେ ନାହିଁ । ସେ ଆମର କର୍ମ କୁ ପରିଣାମ ରେ ବଦଳାଇ ଦିଏ।
ତମେ ପ୍ରତିଶୋଧ ନେବାକୁ ଚାହୁଁଥିଲ ଓ ସେଥିରେ ତମେ ସଫଳ ହେଲ। ତୁମର ପ୍ରତିଶୋଧ ପୁରା ହେଲା। ଖାଲି ଦୁର୍ୟୋଧନ ଓ ଦୁଃଶାସନ ନୁହଁନ୍ତି, ପୁରା କୌରବ ବଂଶ ସମାପ୍ତ ହୋଇ ଗଲା। ତମେ ତ ପ୍ରସନ୍ନ ହେବା କଥା ଦ୍ରୌପଦୀ ।
ଦ୍ରୌପଦୀ :– ସଖା ତମେ ମୋ ଘା ରେ ମଲମ ଲାଗେଇବାକୁ ଆସିଛ ନା…ଲୁଣ ଛିଞ୍ଚିବାକୁ ଆସିଛ !..?
କୃଷ୍ଣ :– ନା ଦ୍ରୌପଦୀ, ମୁଁ ତ ତୁମକୁ ବାସ୍ତବକତା କୁ ଅବଗତ କରେଇବାକୁ ଆସିଛି । ଆମର କର୍ମର ପରିଣାମ ଆମକୁ ବହୁଦୂର ପର୍ଯ୍ୟନ୍ତ ଦେଖା ଯାଏ ନାହିଁ,, ଆଉ ଯେତେବେଳେ ଆମକୁ ଦେଖା ଦିଏ ସେତେବେଳେ ଆମ ହାତରେ ଆଉ କିଛି ରହି ନଥାଏ ।
ଦ୍ରୌପଦୀ:— ତା’ହେଲେ କ’ଣ ଏ ଯୁଦ୍ଧ ପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ କୃଷ୍ଣ ??
କୃଷ୍ଣ :– ନା ଦ୍ରୌପଦୀ । ତମେ ନିଜକୁ ଏତେ ମହତ୍ତ୍ୱପୁର୍ଣ ଭାବନି ।
କିନ୍ତୁ…..
ତମେ ତୁମ କର୍ମରେ ସାମାନ୍ୟ ଅଳ୍ପ ଦୁରଦର୍ଶିତା ଦେଖାଇଥିଲେ, ଆଜି ତମେ ଏତେ କଷ୍ଟ ପାଉ ନ ଥାନ୍ତ ପାଂଚାଳି ।
ଦ୍ରୌପଦୀ :— ମୁଁ କଅଣ କରିପାରି ଥାନ୍ତି ବାସୁଦେବ ???
କୃଷ୍ଣ :– ତମେ ବହୁତ କିଛି କରି ପାରି ଥାନ୍ତ ଦ୍ରୌପଦୀ।
;; ଯେବେ ତୁମର ସ୍ୱୟଂବର ହେଲା….. ସେହି ସମୟରେ ତୁମେ କର୍ଣ୍ଣ ଙ୍କୁ ଅପମାନିତ କରି ନଥିଲେ ଏବଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁମତି ଦେଇଥିଲେ,, ବୋଧହୁଏ ପରିଣାମ ଆଉ କିଛି ହୋଇ ଥା’ନ୍ତା ।
ତା’ପରେ
;; ଯେବେ କୁନ୍ତୀ ତୁମକୁ ପାଞ୍ଚ ପତି ଙ୍କର ପତ୍ନୀ ହେବା ପାଇଁ ଆଦେଶ ଦେଲେ, ସେତେବେଳେ ତୁମେ ଯଦି ସେ ଆଦେଶ କୁ ସ୍ୱୀକାର କରି ନ ଥାନ୍ତ,,, ପରିଣାମ ଆଉ କିଛି ହୋଇ ଥାଆନ୍ତା ।
ଏବଂ..
ତା’ପରେ..
ତମେ ତୁମ ମହଲରେ ଦୁର୍ଯୋଧନ ଙ୍କୁ ଅପମାନିତ କଲ… କି ଅନ୍ଧ ର ପୁତ୍ର ଅନ୍ଧ ବୋଲି କହିଲ। ସେ କଥା କହି ନଥିଲେ ତୁମର ବସ୍ତ୍ର ହରଣ ହୋଇ ନଥାନ୍ତା। ତେବେ ବୋଧହୁଏ ପରିସ୍ଥିତି ଆଉ କିଛି ହୋଇଥାନ୍ତା ।
ଆଉ ହଁ, ଆମର ଶବ୍ଦ ଆମର କର୍ମ ହୋଇଥାଏ ଦ୍ରୌପଦୀ । ଆଉ ଆମକୁ ପ୍ରତି ଶବ୍ଦ କହିବା ପୂର୍ବରୁ ଭାବି ଚିନ୍ତି କହିବାକୁ ହୋଇ ଥାଏ। ଅନ୍ୟଥା ତାହାର ଦୁଷ୍ପରିଣାମ। କେବଳ ନିଜକୁ ନୁହେଁ, ପୁରା ପରିବେଶ କୁ ଦୁଃଖୀ କରି ଦେଇ ଥାଏ ।
ସଂସାରରେ ମନୁଷ୍ୟ ଏକ ମାତ୍ର ପ୍ରାଣୀ, ଯାହାର ବିଷ ତାହାର ଦାନ୍ତ ରେ ନୁହେଁ…. ଶବ୍ଦ ରେ ଥାଏ ।
ଏଥିପାଇଁ ଶବ୍ଦର ପ୍ରୟୋଗ ଭାବି ଚିନ୍ତି କରିବା ଉଚିତ୍। ଏପରି ଶବ୍ଦ ପ୍ରୟୋଗ କର, ଯାହା କାହାର ଭାବନା କୁ କୁଠାର ଘାତ ନ କରୁ। କେହି ପ୍ରତିହିଂସା ପରାୟଣ ନହେଉ, କାହିଁକି ନା ମହାଭାରତ ଆମ ଭିତରେ ଲୁଚି କି ଅଛି । କେବଳ ଶବ୍ଦର ଅପେକ୍ଷା । ଜୟ ଶ୍ରୀକୃଷ୍ଣ ।
No Result
View All Result