No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ପଦ୍ମପୁର :- ପାଇକମାଲ ବ୍ଲକ ମିଠାପାଲ ସ୍ଥିତ ବିକ୍ରମ ନଗର ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ନନ୍ଦଲାଲ ମିର୍ଦ୍ଧାଙ୍କ ୭୫ ବର୍ଷ ବୟସରେ ବରଗଡ ଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଛାତ୍ର ବତ୍ସଲ ଓ ସରଳ ଶିକ୍ଷକ ଭାବେ ବେଶ ଜଣାଶୁଣା । ତାଙ୍କର ଅଧିକ ସମୟ ପାଇକମାଲ ଠାରେ ଅଧ୍ୟାପନା କରିଥିବାରୁ ଅନେକ ଛାତ୍ରଛାତ୍ରୀ ପଡିଛନ୍ତି ।
ଯେଉଁ ମାନେ ବର୍ତ୍ତମାନ ସରକାରୀ ତଥା ବେସରକାରୀ ସ୍ତରରେ ବେଶ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ପଛରେ ସ୍ତ୍ରୀ ଓ ଦୁଇ ପୁଅ ବୋହୁ ଓ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ତାଙ୍କ ମୃତ୍ଯୁରେ ପାଇକମାଲ ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶିକ୍ଷକ ନେତା ମହାଦେବ ବେହେରା, ସଦାନନ୍ଦ ସାହୁ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି । (ରିପୋର୍ଟ -ନିରୋଜ କୁମାର ପାଣୀ)
No Result
View All Result