ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ମାରାତ୍ମକ ରୋଗ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ସଂମ୍ପ୍ରତି କରୋନା ଭାଇରସ ଛଡ଼ାଇ ନେଇଛି ଆହାର । ନିରାଶ୍ରୟ ଓ ବୁଲା ପଶୁ ମାନେ ଆହାର ଗଣ୍ଡେ ନପାଇ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏଭଳି ଦୃଶ୍ୟ ଗଂଜାମ ଜିଲ୍ଲା ହିଂଜିଳିକାଟୁ ସହରରେ ଦେଖିବାକୁ ମିଳିଛି । କରୋନା ଭାଇରସ ଯୋଗୁଁ ରାଜ୍ୟର ସମସ୍ତ ଜିଲ୍ଲାରେ ଗତ ୫ ତାରିଖ ଠାରୁ ୧୯ ତାରିଖ ଯାଏଁ ଲକ୍ଡ଼ାଉନ କାର୍ଯ୍ୟକାରୀ କରାଯାଇଛି । ଏହି ପରିପେକ୍ଷୀରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ସମସ୍ତ ରେଷ୍ଟୁରାଂଟ, ହୋଟେଲ, ଦେକାନ ବଜାର ବନ୍ଦ ହୋଇଯାଇଥିବାରୁ ନିରାଶ୍ରୟ ବ୍ୟକ୍ତି ମାନେ ପେଟକୁ ଦୁଇ ମୁଠା ଆହାର ଯୋଗାଡ଼ କରିନପାରି ଭୋକର ଜ୍ଜାଳାରେ ଛଟପଟ ହେଉଛନ୍ତି । ପ୍ରତିଦିନ ସେମାନେ ଖାଇବା ଯୋଗାଡ଼ କରିବା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ ।
















