No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) କଟକ :- କଟକ ମହାନଗର ନିଗମ ଅଧିକାରୀ କରୋନା କଟକଣାକୁ ଫୁ । ମାସ୍କ ନପିନ୍ଧି କରୁଛନ୍ତି ଅଫିସ କାର୍ଯ୍ୟ । ରାଜ୍ୟରେ କରୋନା ମହାମାରୀ ଯୋଗୁଁ ସରକାର ଲକଡାଉନ ଘୋଷଣା କରିଥିବା ସମୟରେ ଆଜି କଟକ ମହାନଗର ନିଗମର ହାଇଜିନିକ କିଟର ଏକ ଟେଣ୍ଡର ଖୋଲା ଯାଇଥିଲା । ଏହା କଟକ ମହାନଗର ନିଗମର ଏକ ହଲରେ ହୋଇଥିବା ସମୟରେ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଟେଣ୍ଡରରେ ଭାଗ ନେଇଥିବା ସଂସ୍ଥା ଉପସ୍ଥିତ ରହି ଟେଣ୍ଡର ପ୍ରକିୟା ଜାରି ରହିଥିଲା ।
ସମସ୍ତ କାଗଜପତ୍ର ଯାଞ୍ଚ କରିବାପାଇଁ ଦୀର୍ଘ ସମୟ ଲାଗିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ମାସ୍କ ପିନ୍ଧି ନଥିଲେ କି ଉପସ୍ଥିତ କର୍ମଚାରୀ ମାସ୍କକୁ ନାକତଳେ ପିନ୍ଧି କରୋନା କଟକଣାକୁ ଫୁ କରି ଦେଇଥିଲେ । କଟକ ମହାନଗର ନିଗମ ମାସ୍କ ପିନ୍ଧିନଥିବା ଯୋଗୁଁ ଫାଇନ କାଟୁଥିବା ଓ କରୋନା ସଚେତନତା ପାଇଁ ବ୍ୟାପକ ଖର୍ଚ୍ଚ କରିବା ସତ୍ତ୍ଵେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନିଜେ ସଚେତନ ହୋଇନଥିବା ପରିଲକ୍ଷିତ ହୋଇଛି । ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ନିୟମକୁ ତିଳେମାତ୍ର ଖାତିରି ନକରି ଏଭଳି କାର୍ଯ୍ୟ କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି । (କଟକ ରିପୋର୍ଟ ରଶ୍ମିତା ବେହେରା)
No Result
View All Result