No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ରଣପୁର,ଅଭିମନ୍ୟୁ ମହାରଣା :- ରାଜ୍ୟରେ ଦେଖାଦେଇଥିବା କରୋନାର ଦ୍ଵିତୀୟ ଲହରରୁ ସୃଷ୍ଟି ହେଉଥିବା ବର୍ଦ୍ଧିତ ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସାରା ରାଜ୍ୟରେ ଜାରୀ ରହିଛି ୧୪ ଦିନିଆ ଲକ ଡାଉନ ସହ ସପ୍ତାହାନ୍ତ ସଟ ଡାଉନ ପ୍ରକ୍ରିୟା । ନୟାଗଡ଼ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ପ୍ରତ୍ୟେକ ଦିନ କିଛି କିଛି ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାବାସୀ ଙ୍କ ଠାରେ ଲକଡାଉନ ର ପ୍ରଭାବ ପଡିଛି ।
ସରକାର ଙ୍କ ପଞ୍ଚସୁତ୍ରୀ ନିୟମ ଅନୁସାରେ କେତେକ ନିର୍ଦ୍ଦିଷ୍ଟ ତଥା ଜରୁରୀ ସାମଗ୍ରୀ ଉପଲବ୍ଧ ଦୋକାନ , ମେଡ଼ିସିନ ଷ୍ଟୋରକୁ ଛାଡିଦେଲେ ଦିନ ମଜୁରିଆ ଏବଂ କେତେକ ସ୍ୱଳ୍ପ ବ୍ୟବସାୟୀ ଙ୍କ ଜୀବନ ଜୀବିକା କଷ୍ଟକର ହୋଇ ପଡିଛି । ସାଧାରଣ ଜୀବନ ନିର୍ବାହ ରେ ବାଧା ଉପୁଜିଛି । କିନ୍ତୁ ପ୍ରଶାସନ ଏହି ଲକଡାଉନ ଦିଗରେ ତତ୍ପରତା ପ୍ରଦର୍ଶନ କରିଛି । ରାଜ୍ୟବାସୀଙ୍କ ସୁରକ୍ଷା ଦିଗରେ ଜାରୀ ହୋଇଥିବା କଟକଣା କୁ ମାନି ଚଳୁଛନ୍ତି ଅଧିକାଂଶ ସଚେତନ ନାଗରିକ ।
୧୪ ଦିନିଆ ଲକଡାଉନ କୁ ମାନି ରହିଛନ୍ତି ରଣପୁର ଅଞ୍ଚଳବାସୀ । ବଜାର ମଧ୍ୟାହ୍ନ ଯାଏଁ ଖୋଲା ରହୁଥିବା ବେଳେ ବନ୍ଦ ରହିଛି ଜନସାଧାରଣ ଙ୍କ ଯାତାୟତ । ଲକ୍ ଡାଉନ ର ତୃତୀୟ ଦିନରେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଛକ ସ୍ଥାନ ଗୁଡିକୁ ନାକାବନ୍ଦି ତଥା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏତଦବ୍ୟତୀତ ପ୍ରଥମ ଦିନ ଲକଡାଉନ ଅପେକ୍ଷା ତୃତୀୟ ଦିନରେ ଲୋକ ସଚେତନ ଏବଂ ସରକାର ଙ୍କ ଗାଇଡ଼ ଲାଇନ ଅନୁପାଳନ କରୁଥିବା ଦେଖାଦେଇଛି ।
ବିନା କାରଣରେ ବାହାରେ ବୁଲୁଥିବା ଅମାନିଆ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଥାନା ର ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ପୋଲିସ୍ ଫୋର୍ସ ମୁତୟନ ରହି ଯାଞ୍ଚ ପରତାପ କରୁଥିବା ଦେଖିବାକୁ ମିଳିଛି । ପୋଲିସ ର କଡା ସୁରକ୍ଷା କୁ ନେଇ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । (ଫଟୋ ଆଚାର୍ଯ୍ୟ ବିଶ୍ୱ ରଞ୍ଜନ )
No Result
View All Result