No Result
View All Result
ଭୟଭୀତ ନ ହୋଇ ସମୟାନୁବର୍ତ୍ତୀ ଚିକିତ୍ସା ଓ ସଚେତନତା ଏହାର ନିରାକରଣର ଉପଯୁକ୍ତ ମାଧ୍ୟମ – ଡଃ ଅଶୋକ ଆଚାର୍ଯ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ଭୁବନେଶ୍ୱର :- ସମଗ୍ର ଭାରତବର୍ଷରେ କରୋନା କାୟା ବିସ୍ତାର କରିଥିବା ସମୟରେ ଡି.ଏ.ଭି କଳିଙ୍ଗନଗର, ଭୂବନେଶ୍ୱରଠାରେ ମହାମାରୀ କରୋନାର ଯତ୍ନ, ନିରାକରଣ ତଥା ପରିଚାଳନା ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଇତି ମଧ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭୁବନେଶ୍ୱର ସ୍ଥିତ ଆୟୁଷ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ତଥା ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର ଅଶୋକ ଆଚାର୍ଯ୍ୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ କରୋନାର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ । କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ।

ଏଥିପାଇଁ ନିଜକୁ ସୁରକ୍ଷିତ ରଖିବା ସହିତ ସଚେତନତା ଓ ଟିକା କରଣର ଆବଶ୍ୟକତା ରହିଛି । ଖୁସି ରହିବା ତଥା ସକରାତ୍ମକ ମନୋଭାବ ସହ କୋଭିଡ ନିୟମକୁ ପାଳନ କରି ଚିନ୍ତାମୁକ୍ତ, ସୁସ୍ଥ ଜୀବନଯାପନ ତଥା ଯୋଗ ପ୍ରାଣାୟାମର ନିୟମିତ ଅଭ୍ୟାସ କରିବା ପାଇଁ ଡକ୍ଟର ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ । ଜୀବନ ଜୀବିକାକୁ ଉପଯୁକ୍ତ ଗୁରୁତ୍ୱ ଓ ଏହି ପ୍ରତିକୂଳ ପରିସ୍ଥତିକୁ ସଂଗରେ ନେଇ ଜୀବନ ଜିଇଁବାର ସମୟ ଆସିଛି ବୋଲି ଡକ୍ଟର ଆଚାର୍ଯ୍ୟ ମତବ୍ୟକ୍ତ କରିବା ସହ ଭୟଭୀତ ନ ହୋଇ ସମୟାନୁବର୍ତ୍ତୀ ଚିକିତ୍ସା ଓ ସଚେତନତା ମାଧ୍ୟମରେ ଆମ୍ଭେ ସମସ୍ତେ ଏହି ମହାମାରୀକୁ ଉପଯୁକ୍ତ ମୁକାବିଲା କରିପାରିବା ବୋଲି ଆଶାବ୍ୟକ୍ତ କରିଥିଲେ ।

ପରେ ପରେ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟୀତ୍ରୀମାନଙ୍କର କୋଭିଡ୍-୧୯ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଡକ୍ଟର ଆଚାର୍ଯ୍ୟ ସକ୍ରିୟ ଅଂଶଗ୍ରହଣ କରି ମନରେ ଥିôବା ବିଭିନ୍ନ ଦ୍ୱନ୍ଦକୁ ଦୂର କରିଥିଲେ । ଏତଦ୍ବ୍ୟତୀତ ଡକ୍ଟର ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ନିଃଶୁଳ୍କ “ଆପନା ଡକ୍ଟର” ଆପ ସମ୍ବନ୍ଧରେ ଅବଗତ କରାଇବା ସହ ଆବଶ୍ୟକ ସ୍ଥଳେ ୯୭୯୮୮୮୩୮୮୩ ରେ ଯେକୌଣସି ମୁହୁର୍ତ୍ତରେ ଯୋଗାଯୋଗ କରି ଡାକ୍ତରି ପରାମର୍ଶ ନେବା ପାଇଁ ଆହ୍ୱାନ ଦିଆଯାଇଥିଲା । ବିଦ୍ୟାଳୟର କୋଭିଡ୍ ମନିଟରିଂ ଟିମ୍ ଦ୍ୱାରା ପରିଚାଳିତ ଏହି ଆଲୋଚନା ଚକ୍ରକୁ ବରିଷ୍ଠ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦାଶ ଅଧିକାରୀ ସଂଯୋଜନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଏହା ଏକ ସମୟପଯୋଗୀ ପଦକ୍ଷେପ ବୋଲି ବିବେଚନା କରିବା ସହ ଡକ୍ଟର ଆଚାର୍ଯ୍ୟ ଓ ଆଲୋଚନା ଚକ୍ରରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
No Result
View All Result