No Result
View All Result
ସଙ୍ଗୀତର ମୂର୍ଚ୍ଛନାରେ ଲୋକଙ୍କୁ କଲେ ସଚେତନ,ରାଜ୍ୟ ବ୍ୟାପୀ ଘୁରିବୁଲିଛି ଭିଜୁଆଲ ବିଭିନ୍ନ ମହଲାରୁ ଥାନାଅଧିକାରୀଙ୍କୁ ପ୍ରଶଂସା

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) କୋରାଇ :- ଏବେ ବ୍ୟାପକ ହେଉଛି କରୋନାର ଦ୍ୱିତୀୟ ଲହର । ପ୍ରତ୍ୟେହ ଲକ୍ଷ ଲକ୍ଷ ଆକ୍ରାନ୍ତ ହେଉଥିଲା ବେଳେ ମରୁଛନ୍ତି ହଜାର ହଜାର । ଭୂତାଣୁ ଜନିତ ମହାମାରୀ ଯୁବବୃଦ୍ଧ, ଧନିଗରିବ କିଛି ପାର୍ଥକ୍ୟ ରଖୁନି, ଉଜାଡି ଦେଉଛି ସଂସାର । ଏହି କାଳର କରାଳ ରୂପୀ ମହାମାରୀ ଏବେ ଯାଜପୁର ଜିଲା ସମେତ କୋରାଇ ଅଂଚଳରେ ସଂକ୍ରମଣ ବ୍ୟାପୀବାରେ ଲାଗିଛି ।

ଏହାକୁ ମୁକାବିଲା କରିବା ପାଇଁ ସରକାର ସପ୍ତାହନ୍ତ ସଟ୍ଡାଉନ ସମେତ ତାଲାବନ୍ଦ କରିଛନ୍ତି । ତଥାପି ଏହି କାଳର କରୋନା ଦାଉରୁ ତ୍ରାହି ଲାଗି ମହାପ୍ରଭୁ ଜଗନ୍ନାଥଙ୍କୁ ସଂଗୀତ ମାଧ୍ୟମରେ ଗୁହାରୀ କରିଛନ୍ତି କୋରାଇ ଥାନାଅଧିକାରୀ ରଞ୍ଜିତ ମହାନ୍ତି । ସୁଲଳିତ ସ୍ୱରରେ ଜଗତର ନାଥ ଜଗନ୍ନାଥଙ୍କୁ ଗୁହାରି ପୂର୍ବକ ଜନତାଙ୍କୁ ସଚେତନତାର ବାର୍ତ ଦେଇଛନ୍ତି । ଏହି ଗୀତା ଲୋକାଙ୍କ ମନକୁ ଛୁଇଲାପରି ହୋଇଥିବାରୁ କୋରାଇ ଅଂଚଳ ତଥା ଜିଲାରେ ବେଶ ଚର୍ଚ୍ଚିତ ବ୍ୟକ୍ତି ପାଲୋଟି ଯାଇଛନ୍ତି ଶ୍ରୀ ମହାନ୍ତି ।

ଥାନାଅଧିକାରୀ ଶ୍ରୀ ମହାନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ ହୋଇଥିଲା ବେଳେ ଅମାନଆକୁ ସାବାଡ କରିବାରେ ମଧ୍ୟ ସିଦ୍ଧହସ୍ତ; ଠିକ ସେହିପରି କରୋନାର ମୁକାବିଲା ପାଇଁ ସଚେତନତା ଲାଗି ନିଜେ ସୁଲଳିତ କଣ୍ଠରେ ସଙ୍ଗୀତଗାନରି ସବୁରି ମନଜିଣି ନେଇଛନ୍ତି । ଏମିତିକି ଗତବର୍ଷ କରୋନାର ପ୍ରଥମ ଲହର ସମୟରେ ଅଭିନବ ଭାବେ ଗୀତଗାଇ ଘୋଡାନାଚ କରି ଲୋକଙ୍କୁ ସଚେତନତା କରିବାର ପ୍ରୟାସ ସମଗ୍ର ଜିଲାରେ ଚର୍ଚ୍ଚାକୁ ଆସିଥିଲେ । ଏଥି ସହିତ ଶ୍ରୀ ମହାନ୍ତି କରୋନା ସଂକ୍ରମଣରେ ପୀଡିତ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ରାତିଦିନ ଏକାକାର କରି କାର୍ଯ୍ୟ କରିଥାନ୍ତି ।

ପ୍ରଶାସକ, ସେବକ ଓ ସଂଗୀଜ୍ଞଭାବେ ଲୋକଙ୍କ ମନକୁ ଜିଣିନେଉଥିବା କୋରାଇ ଥାନା ଅଧିକାରୀ ଶ୍ରୀ ମହାନ୍ତି ଏବେ କରୋନା ସଚେତନ ଜନିତ ଗୀତଗାଇ ଲୋକଙ୍କ ସୁରକ୍ଷା କାମନା ପୂର୍ବକ କରୋନାରୁ ତ୍ରାହିକର ଜଗନ୍ନାଥ ବୋଲି ଆକୁଳ ନିବେଦନ ଘଟଣା ତାଙ୍କ ମହାନୁଭବତାର ପରିଚୟ ସୃଷ୍ଟି ହୋଇଛି । ଏନେଇ ଶ୍ରୀ ମହାନ୍ତିଙ୍କୁ ସଗ୍ରମ ଅଂଚଳରୁ ଧନ୍ୟବାଦ ପୂର୍ବକ ପ୍ରଶଂସାର ସୁଅଛୁଟୁଥିଲା ବେଳେ ତାଙ୍କର ସେହି ସଙ୍ଗୀତ ଭିଜୁଆଲ ଏବେ ରାଜ୍ୟ ବ୍ୟାପୀ ମୋବାଇଲ ଜରିଆରେ ସେୟାର ହେଉଥିବା ଜଣାପଡିଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result