No Result
View All Result
ଆର୍ଥିକ ଅନ୍ତର୍ଭୁକ୍ତିକୁ ଉତ୍ସାହିତ କରୁଛି, ଏମଏସଏମଇ, କ୍ଷୁଦ୍ର ବ୍ୟବସାୟୀ ଏବଂ ଖୁଚୁରା ଗ୍ରାହକଙ୍କୁ ଫାଇଦା ପହଞ୍ଚାଉଛି

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ଭୁବନେଶ୍ୱର :- ଭାରତୀୟ ରିଜର୍ଭ ବ୍ୟାଙ୍କର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଫିନୋ ପେମେ’ସ୍ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଦିନ ଶେଷରେ ଖାତାରେ ଜମା ରହିବା ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧିକରିଛି । ୨୦୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ର୍ରୟମାସିକରେ ଲାଭଜନକ ହୋଇଥିବା ବ୍ୟାଙ୍କ ବର୍ଦ୍ଧିତ ସୀମା ସହିତ ୨୦୨୧ ମଇ ୧ ତାରିଖ ଠାରୁ ପ୍ରତ୍ୟକ୍ଷ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୧୪ରେ ଜାରି କରାଯାଇଥିବା ପ୍ରାରମ୍ଭିକ ପେମେ’ସ୍ ବ୍ୟାଙ୍କ ନିର୍ଦ୍ଦେଶାବଳୀ ମୁତାବକ ଜମା ରଖିବା ସୀମା ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୨୧ ଏପ୍ରିଲ ୭ ତାରିଖରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଥିଲା, “ପେମେ’ସ୍ ବ୍ୟାଙ୍କଗୁଡିକର ପ୍ରଦର୍ଶନକୁ ସମୀକ୍ଷା କରିବା ପରେ ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ଦିଗରେ ସେମାନଙ୍କର ଉଦ୍ୟମକୁ ଉତ୍ସାହିତ କରିବା ପାଇଁ ବ୍ୟକ୍ତିଗତ ଗ୍ରାହକଙ୍କ କ୍ଷେତ୍ରରେ ଦିନ ଶେଷରେ ସର୍ବାଧିକ ଜମା ରହିବା ସୀମା ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।” ନିକଟସ୍ଥ ଫିନୋ ପେମେ’ସ୍ ବ୍ୟାଙ୍କିଙ୍ଗ ପଏ’ ଖୋଜିବାକୁ ଜନସାଧାରଣ ଟଜଖ URL https://fino.latlong.in/ ରେ କ୍ଲିକ୍ କରିପାରିବେ ଅଥବା ନିଜର ପିନ୍ କୋଡ ୯୦୦୮୮୯୦୦୮୮ କୁ ଏସଏମଏସ୍ କରିପାରିବେ ।
ନୂତନ ଜମା ରଖିବା ସୀମା ଆରମ୍ଭ ସମ୍ପର୍କରେ ଘୋଷଣା କରି ଫିନୋ ପେମେ’ସ୍ ବ୍ୟାଙ୍କର ସିଓଓ ଶ୍ର ଆଶିଷ ଆହୁଜା କହିଛନ୍ତି, “ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ଆମେ ଆମ ପଦ୍ଧତି ଓ ବ୍ୟବସ୍ଥାରେ ପରିବର୍ତ୍ତନ କରିଛୁ ଏବଂ ମଇ ୧ ତାରିଖ ଠାରୁ ପ୍ରତ୍ୟକ୍ଷ ହୋଇଛୁ । ବର୍ଦ୍ଧିତ ଜମା ରଖିବା ସୀମା ଆମ ଗ୍ରାହକଙ୍କୁ ସେମାନଙ୍କ ଖାତାରେ ଅଧିକ ଟଙ୍କା ସଞ୍ଚିତ ରଖିବାକୁ ଅନୁମତି ଦେଉଛି । ତତ୍ସହିତ ଆମ ସହଯୋଗୀ ବ୍ୟାଙ୍କ ସହିତ ଆମର ସଂପ୍ରତି ରହିଥିବା ସ୍ୱିପ୍ ଆକାଉ’ ବ୍ୟବସ୍ଥା ଜାରି ରହିଛି ଯେଉଁଥିରେ ଗ୍ରାହକମାନେ ୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ କରିପାରିବେ ।” ଫିନୋ ଖାତାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କ୍ଷେତ୍ରରେ ପ୍ରଚଳିତ ସଞ୍ଚୟ ସୁଧହାର ପ୍ରଯୁଜ୍ୟ ହେବ ।
ସ୍ୱିପ୍ ଖାତାରେ ରଖାଯାଉଥିବା ପାଣ୍ଠି ନିମନ୍ତେ ଆମ ଅଂଶୀଦାର ସୂର୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ ସୁଧହାର ଲାଗୁହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କର ସଂପୂର୍ଣ୍ଣ ମାଲିକାନାଧୀନ ସହଯୋଗ ସଂସ୍ଥା ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ଅଧୀନର ବ୍ୟାଙ୍କ ଜମାଗୁଡିକ ବୀମାକୃତ ହୋଇଥାଏ । “ସୀମା ବୃଦ୍ଧି କରାଯିବା ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତି ବିଷୟରେ ମଧ୍ୟ ବୃଦ୍ଧି ଘଟିପାରିବ କାରଣ ଅଧିକରୁ ଅଧିକ ଲୋକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ସଂଯୁକ୍ତ ହେବେ । ଏମଏସଏମ୍ଇ, କ୍ଷୁଦ୍ର ବ୍ୟବସାୟୀ ଏବଂ ବଡ ବ୍ୟବସାୟୀମାନେ ସମୟ ବଞ୍ଚାଇବା ଏବଂ ଉନ୍ନତ ଆର୍ଥିକ ଯୋଜନା କରିବାକୁ ଏହି ବ୍ୟବସ୍ଥାର ଉପଯୋଗ କରିବା ଆଶା କରାଯାଉଛି” ବୋଲି ଶ୍ରୀ ଆହୁଜା କହିଛନ୍ତି ।
ଫିନୋ ପେମେ’ସ୍ ବ୍ୟାଙ୍କର ମାଇକ୍ରୋ ଏଟିଏମ୍ ଏବଂ ଏଇପିଏସ୍ ସମର୍ଥିତ ଆର୍ଥିକ ସେବା ଆବ’ନ ନେଟୱର୍କ ବ୍ୟାଙ୍କିଙ୍ଗକୁ ସାଧାରଣ ଜନତାଙ୍କର ନିକଟତର କରାଉଛି । ଏହି ବ୍ୟାଙ୍କିଙ୍ଗ ପଏ’ଗୁଡିକରେ ଜନସାଧାରଣ ନୂଆ ବ୍ୟାଙ୍କ ଖାତା ଖୋଲିପାରିବେ, ଡେବିଟ କାର୍ଡ ପାଇପାରିବେ, ଜମା କରିବେ, ଟଙ୍କା ଉଠାଣ ଅଥବା ଟଙ୍କା ସ୍ଥାନାନ୍ତର ଭିତ୍ତିକ ଦେଣନେଣ, ୟୁଟିଲିଟି ବିଲ୍ ପୈଠ, ଋଣ ଇଏମଆଇ ପରିଶୋଧ, ସ୍ୱାସ୍ଥ୍ୟ ବୀମା, ଜୀବନ ବୀମା ଏବଂ ମୋଟର ବୀମା ଖରିଦ କରିପାରିବେ । ଏ ସମସ୍ତ ଖୁବ ନିକଟରେ, ସଂପୂର୍ଣ୍ଣ ଭାବରେ କାଗଜ ରହିତ ଏବଂ ସର୍ବଦା ଉପଲବ୍ଧ !
No Result
View All Result