No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) କଟକ :- କରୋନା ସଂକ୍ରମଣ ଯୋଗୁଁ ସରକାର ଲକଡାଉନ କରିବା ସତ୍ତ୍ଵେ ଲକଡାଉନର ତୃତୀୟ ଦିନ ତଥା ସପ୍ତାହନ୍ତ ସଟଡାଉନ ପାଇଁ କଟକର ପରିବା ମାର୍କେଟରେ ଅମାନିଆ ଗାଡି ଆଣି ପରିବା କିଣିଥିବା ଦେଖାଯାଇଛି । ପୁଲିସ କର୍ମଚାରୀ, ଅଧିକାରୀ ଯାଞ୍ଚ କରି ଫାଇନ କାଟିବା ସତ୍ତ୍ୱେ କେତେକ ବ୍ୟକ୍ତି ପରିଚୟ ପତ୍ର ଦେଖାଇ ଖସି ଯାଉଥିବା ଦେଖାଦେଇଛି । ଚାଉଳିଆଗଞ୍ଜ ଖେଳପଡିଆରେ ପରିବା ବଜାର କୋଭିଡ଼ କଟକଣା ମାନି ସାମାଜିକ ଦୂରତାକୁ ରକ୍ଷାକରି ଖୋଲାଯାଇଥିବା ସତ୍ତ୍ଵେ ସରକାରଙ୍କ କଟକଣା ନମାନି ଗାଡିମଟର ଆଣି ଖେଳପଡିଆ ଓ ରାସ୍ତାକଡରେ ପାର୍କିଂ କରାଇ ବଜାର କରୁଛନ୍ତି ।
ଗାଡି ଚଳାଚଳ ବନ୍ଦ ସତ୍ତ୍ଵେ ପରିଚୟ ପତ୍ର ବାହାନାରେ ଘରପାଖରେ କିଣିବାକୁ ନମାନି ଏଭଳି କରୁଥିବା ନେଇ ପୁଲିସ ନାକେଦମ କରୁଛନ୍ତି । କେତେକ ଜାଗାରେ ଗାଡିଚାଳକଙ୍କ ଠାରୁ ଜୋରିମାନା କାଟିଛନ୍ତି ମାତ୍ର ପରିଚୟ ପତ୍ର ପକାଇ ଖସି ଯାଉଥିବା ଲୋକଙ୍କୁ ସଠିକ ଯାଞ୍ଚ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ସରକାରଙ୍କ ନିୟମ ନମାନି ଏଭଳି କରୁଥିବା ନେଇ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଇଛି । ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ ଏଥିପ୍ରତି ଦୃଷ୍ଟି ଦେବାସହ ଏହି ଅଞ୍ଚଳକୁ ନିୟମିତ ସାନିଟାଇଜେସନ କରନ୍ତୁ ବୋଲି ବ୍ୟବସାୟୀ ଅଭିଯୋଗ କରୁଛନ୍ତି । (କଟକ ରିପୋର୍ଟ /ରଶ୍ମିତା ମହାପାତ୍ର)
No Result
View All Result