No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ପି. ଗୋବିନ୍ଦପୁର ଗ୍ରାମ ଖ୍ରୀଷ୍ଟିଆନ ସାହି ବାସିନ୍ଦା ବର୍ଷ ବର୍ଷ ଧରି ଏକ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଦୂଷିତ କୂଅଁର ଜଳକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି । ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରସାଶନକୁ ବାରମ୍ଵାର ପାନୀୟ ଜଳର ଆଶୁ ସମାଧାନ ପାଇଁ ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ସୁଫଳ ମିଳୁନଥିବା କହିଛନ୍ତି । ଅନ୍ତତଃ ପକ୍ଷେ ଗ୍ରାମରେ ନଳକୂପଟିଏ ବସାଇବା ଅନୁରୋଧ କରିଛନ୍ତି । ପାନୀୟ ଜଳର ଅଭାବ ମେଣ୍ଟାଇବା ପାଇଁ ସାହିରେ

ବସବାସ କରୁଥିବା ୩୫ ପରିବାରର ପ୍ରାୟ ୩୦୦ ଲୋକ ସାହି ପଛ ପଟେ ରହିଥିବା ଏକ ପୁରୁଣା ପରିତ୍ୟକ୍ତ କୂଆର ଦୂଷିତ ଜଳକୁ ପାନୀୟ ଓ ସ୍ନାନଶୌଚ଼ ଭାବରେ ବ୍ୟବହାର କରି ଆସୁଛୁନ୍ତି । ଗ୍ରାମରେ ବସବାସ କରୁଥିବା ୩୫ ପରିବାର ମଧ୍ୟରୁ କେବଳ ୩ ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ମିଳିଥିବା ଗ୍ରାମବାସୀ କହିଛନ୍ତି । ଏଣୁ ପାନୀୟ ଜଳର ସୁବିଧା ଓ ଆବାସ ଯୋଗାଇଦେବା ପାଇଁ ସାହିର ସନ୍ତୋଷ କାର୍ଯୀ, କୈଳାସ କାର୍ଯୀ , ମଇଜ ନାୟକ ସବିନ ନାୟକ , ଦୀପ୍ତି କାର୍ଯୀ, ଦିଲିପ ପରିଛା , ଅଶୋକ କାର୍ଯୀ, ପୂର୍ଣ୍ଣ କାର୍ଯ୍ୟୀ ପ୍ରମୁଖ ସାହି ବାସିନ୍ଦା ଦାବି କରିଛନ୍ତି । (ରିପୋର୍ଟ – ଗୁରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result