No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ନୂଆଗାଁ :- ରାଜ୍ୟରେ କରୋନା ମହାମାରୀ ର ଦ୍ଵିତୀୟ ଲହରୀ ଯୋଗୁଁ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି।ତେଣୁ ରାଜ୍ୟ ସରକାରଙ୍କ ତରଫରୁ ଲକ୍ ଡାଉନ୍ ର ବ୍ୟବସ୍ଥା କରାଯାଇଛି ।
ଏଭଳି ସଙ୍କଟ ମୟ ପରିସ୍ଥିତିରେ ଜନସାଧାରଣ ଙ୍କୁ କରୋନା ସଂକ୍ରମଣ ରୁ ସୁରକ୍ଷିତ ରଖିବା ପାଇଁ ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଲୋକମାନେ ଥାନା କୁ ନ ଆସି ୯୪୩୮୯୧୬୫୪୭ ନଂ ରେ ଅଭିଯୋଗ କରିପାରିବେ ବୋଲି ଥାନା ଅଧିକାରୀ ରମେଶ କୁମାର ଦେବତା କହିଛନ୍ତି।ତତ୍ ସହିତ ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ସମସ୍ତ ନୀତି ନିୟମ ପାଳନ କରିବା ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result