No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ତଥା ଉତ୍କଳ ଏକ୍ସପ୍ରେସ 24X7 ନିଉଜ ଚେନାଲର ବରଗଡ଼ ଜିଲ୍ଲା ପ୍ରତିନିଧି ବିଦ୍ୟାଧର ସାହୁଙ୍କ ପିତା ଶ୍ରୀ ଭଗବାନ ସାହୁଙ୍କ ଆଜି ସନ୍ଧ୍ୟା ସାତଟା ସମୟରେ ପରଲୋକ ଘଟିଛି । ଶ୍ରୀ ଭଗବାନ ସାହୁ ଦୀର୍ଘ ଏକ ମାସ ହେଲା ଅସୁସ୍ଥ ଥିଲେ । ଗତ ଚାରି ତାରିଖ ଦିନ ବହୁ ମାତ୍ରାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପାଇକମାଳ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେ କିଛି ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁଣି ପାଇକମାଲ ସ୍ଥିତ ତାଙ୍କ ନିଜ ଘରକୁ ନିଆଯାଇଥିଲା ।
ଆଜି ସନ୍ଧ୍ୟା ପାଖାପାଖି ଚାରିଟା ସମୟରେ ୭୨ ବର୍ଷ ବୟସରେ ସେ ଇହ ଧାମ ତ୍ୟାଗ କରିଥିଲେ । ଡ଼ା. କୃପାସିନ୍ଧୁ ଭୋଇ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ତାଙ୍କ ଗାଡିଚାଳକ ଭାବେ ଶ୍ରୀ ସାହୁ ବହୁ ଦିନ କାର୍ଯ୍ୟ କରିଥିଲେ ଓ ଶ୍ରୀ ଭଗବାନ ସାହୁ ଡ଼ା. ଭୋଇ ଙ୍କ ଅତି ଘନିଷ୍ଟ ଲୋକ ଥିଲେ । ସେ ଜଣେ ମିଷ୍ଟଭାଷୀ , ପରୋପକାରୀ ଓ ଲୋକ ପ୍ରିୟ ମଣିଷ ଭାବେ ପାଇକମାଳ ତଥା ଆଖପାଖ ଅଞ୍ଚଳର ଲୋକେ ତାଙ୍କୁ ଜାଣିଥିଲେ ।
ତାଙ୍କ ପଛରେ ସେ ତିନି ପୁଅ , ତିନି ବୋହୂ , ଝିଅ, ଜୋଇଁ, ଚାରି ନାତି ଓ ତିନି ନାତୁଣୀ ଙ୍କୁ ଛାଡି ଯାଇଛନ୍ତି । ପାଇକମାଳ ସ୍ବର୍ଗଦ୍ବାର ଠାରେ ତାଙ୍କ ଶବ ସତ୍କାର କରାଯାଇଛି । ଭଗବାନ ସାହୁଙ୍କ ବଡ଼ ପୁଅ ବିଦ୍ୟାଧର ସାହୁ ମୁଖଗ୍ନି ଦେଇଥିଲେ । ଶ୍ରୀ ସାହୁଙ୍କ ବିୟୋଗରେ ପଶ୍ଚିମ ଓଡିଶା ୱେବ୍ ମିଡ଼ିଆ ଆସୋସିଏସନ୍ ସମସ୍ତ ସଭ୍ଯ ସଭ୍ଯା ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ପରିବାରଙ୍କ ସମବୋଦନା ଜଣାଇଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରକାଶିତ ହେବାପରେ ପାଇକମାଳ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result