No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) କୋରାଇ :- ଲକ୍ଷ୍ମୀନଗର ପଂଚାୟତ ସ୍ଥିତ ଆଂଚଳିକ ହିଙ୍ଗୁଳା କମିଟ ତରାପୁର ଠାରେ ଚାଲିଥିବା ୮୫ତମ ମା’ ହିଙ୍ଗୁଳା ଦେବୀଙ୍କର ଯଜ୍ଞ ଉତ୍ସବ ୩୦ ତାରିଖ ଶେଷ ହୋଇଥିଲା ବେଳେ ୪ତାରିଖ ମଙ୍ଗଳବାର ଯଜ୍ଞ ଭସ୍ମକୁ ପବିତ୍ର ବ୍ରାହ୍ମଣୀନଦୀର ଶାଖା ଖରସ୍ରୋତା ଜଳରେ ବିସର୍ଜନ କରାଯାଇଛି । ମା’ ହିଙ୍ଗୁଳାଙ୍କ ପୂଜା ସେମାବର ଶୁଭାଧିବାସ ହୋଇଥିଲା ବେଳେ ମଙ୍ଗଳବାର କଳସ୍ଥାପନ ଅଙ୍କୁରାରୋପଣ, ଘଟସ୍ଥାପନ ହେବା ଯଜ୍ଞ କାର୍ଯ୍ୟ ହୋଇଥିଲା । ଅନୁଷ୍ଠିତ ପୂଜାକାର୍ଯ୍ୟକୁ ମାଆଙ୍କ ପୂଜକ ଶରତକୁମାର ପଣ୍ଡା ପୂଜାର୍ଚ୍ଚନା କରିଥିଲା ବେଳେ ଯଜ୍ଞକାର୍ଯ୍ୟ ଗୋପୀନାଥ ପାଢି, ଅଜୟ ଶତପଥୀ ଓ ହୃଷିକେଶ ମିଶ୍ର ପ୍ରମୁଖ ପର୍ଯ୍ୟାୟକ୍ରମେ ନିର୍ବାହ କରିବା ସହ ସଂପୃକ୍ତ ବ୍ରାହ୍ମଣଙ୍କ ଦ୍ୱାରା ଶୁକ୍ରବାର ରାତି ୯ଟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା ।

ମଙ୍ଗଳବାର ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ମା’ଙ୍କ ପୀଠରେ ପୂଜାର୍ଚ୍ଚନ କରାଯାଇଥିଲା । ଏଥିରେ କର୍ତା ଭାବେ ଉମାକାନ୍ତ ରାଉତ ଓ ତାଙ୍କ ସହଧର୍ମୀଣୀ ପ୍ରଭାତୀ ଦେବୀ ପୂଜାରେ ବସିଥିଲେ । ଅନୁଷ୍ଠିତ ପୂଜା ପରେ ଯଜ୍ଞଭସ୍ମକୁ କମଟି ପକ୍ଷରୁ ସିମିତ ସଦସ୍ୟଙ୍କ ଦ୍ୱାରା ପବିତ୍ର ବ୍ରାହ୍ମଣୀ ନଦୀର ଶାଖା ଖରସ୍ରୋତା’ର ଯୋକଡିଆ ଘାଟରେ ବିସର୍ଜନ କରାଯାଇଥିଲା । ଏହି କାର୍ଯକ୍ରମରେ କମିଟିର ସଭାପତି ପ୍ରଭାତକୁମାର ମଲ୍ଲିକ, ଉପସଭାପତି ଉମାକାନ୍ତ ରାଉତ, ଚକ୍ରଧର ପାଢି, ସଂପାଦକ ନନ୍ଦକିଶୋର ସାହୁ,

ପୂର୍ବତନ ଉପସଭାପତି ରାମଚନ୍ଦ୍ର ପଣ୍ଡା , ସହସଂପାଦକ ଅକ୍ଷୟକୁମାର ସାହୁ, ଯୁଗ୍ମସଂପାଦକ ଟୁକୁନା ବଳ, କୋଷାଧ୍ୟକ୍ଷ ବାବନଚନ୍ଦ୍ର ମଲ୍ଲିକ, ପୁରୁଷୋତ୍ତମ ନାୟକ, ସଞ୍ଜୟ କୁମାର ନାୟକ, ମନୋହର ରାଉତ, ମଦନମୋହନ ବେହେରା ପ୍ରମୁଖ ସିମିତ ସଦସ୍ୟଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ପରୋକ୍ଷରେ କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟଙ୍କ ସମେତ ତରାପୁର, ରାଧାନଗର, ଲକ୍ଷ୍ମୀନଗର, କୃଷ୍ଣନଗର, ଭିକିପୁର, ବାଲିଆପଶି ଆଦି ସମଗ୍ର ଲକ୍ଷ୍ମୀନଗର ପଞ୍ଚାୟତର ଗ୍ରାମବାସୀ ସହଯୋଗ କରିଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result