No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ଢେଙ୍କାନାଳ:- ଉତ୍କର୍ଷ ଫାଉଣ୍ଡେସନ ଓ ଉତ୍କଳ ଆଜବେଷ୍ଟସ କମ୍ପାନୀର ମିଳିତ ସହଯୋଗରେ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଦାଣ୍ଡିମାଳ ଅଞ୍ଚଳରେ ପଶୁପକ୍ଷୀମାନଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା କରାଯାଇଛି । ଏହି ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡା, ସିମିନଇ, ଗଦାଶିଳା, ବଉଳପୁର ପଞ୍ଚାୟତରେ ସମୁଦାୟ ୫୦ ଟି ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି । ପୃର୍ବ ବର୍ଷ କୋରନା ମହାମାରୀ ସମୟରେ ଫାଉଣ୍ଡେସନ ତରଫରୁ ପଶୁପକ୍ଷୀମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା ଏବଂ ଆଜିର ଏହି ଉଦ୍ଘାଟନ କାର୍ଯ୍ୟାକ୍ରମରେ ଉତ୍କଳ ଆଜବେଷ୍ଟସ ଲିମିଟେଡର ଅଧିକାରୀ ଶ୍ରୀ କ୍ଷୀରୋଦ କୁମାର ବେହେରା ( ୱର୍କ ମ୍ୟାନେଜର), ଶ୍ରୀ ବିଜୟ କୁମାର ବିଶ୍ବାଳ
(ଇଲେକ୍ଟ୍ରିକାଲ ମ୍ୟାନେଜର), ଶ୍ରୀ ଅଜିତ କୁମାର ଦେହୁରୀ (ଡେପୁଟି ମ୍ୟାନେଜର- ପରିବେଶ), ଶ୍ରୀ ବିମଳ କୁମାର ବରାଳ (ସିନିୟର୍ ଇଂଜିନିୟର), ଶ୍ରୀ ଦୀପକ କୁମାର ସାହୁ (ଫାର୍ମାସିଷ୍ଟ), ଉତ୍କର୍ଷ ଫାଉଣ୍ଡେସନର ସଭାପତି ଧନେଶ୍ଵର ରାଉଳ, ସମ୍ପାଦକ ସରୋଜ କୁମାର ସେଠୀ, କୋଷାଧ୍ୟକ୍ଷ ମାନସ କୁମାର ତ୍ରିପାଠୀ, ଶରତ କୁମାର ସେଠୀ, ଅନିରୁଦ୍ଧ ବାରିକ, ଶାନ୍ତନୁ କୁମାର ରାଉଳ, ଓମ୍ ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।(ରିପୋର୍ଟ୍, ଅମର ରଞ୍ଜନ ଦାସ), ।
No Result
View All Result