ଜିଲ୍ଲା କଂଗ୍ରେସ ତରଫରୁ ନିଃଶୁଳ ଆମ୍ବୁଲାନ୍ସ ସେବା ନବଜ୍ୟୋତି ପଟନାୟକଙ୍କ ସହାୟତାରେ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ବାଲେଶ୍ଵର :- ଦିନକୁ ଦିନ ବଢୁଥିବା କୋଭିଡ ସଂକ୍ରମଣ ଓ ସଂକ୍ରମିତ ମାନେ ହସ୍ପିଟାଲ ଯିବାକୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖି ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟନାୟକଙ୍କ ପ୍ରଚେଷ୍ଟାରେ ଜିଲ୍ଲା କଂଗ୍ରେସ ତରଫରୁ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି l ଆଜି ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ସଂଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ସେ ମନ୍ତବ୍ୟ ରଖିବାକୁ ଯାଇ କହିଥିଲେ ଯେ ଏବେ ସମସ୍ତେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କରୋନାକୁ କିଭଳି ପରାସ୍ତ କରିବା ସେଦିଗରେ ପ୍ରଚେଷ୍ଟା କରିବା l

ସାମ୍ବାଦିକ ସମ୍ମିଳନୀ ପରେ ପତାକା ଦେଖାଇ ଆମ୍ବୁଲାନ୍ସର ଶୁଭାରମ୍ଭ କରିଥିଲେ l ଏହି ଆମ୍ବୁଲାନ୍ସ ସେବା ଦାୟିତ୍ୱରେ ସମସ୍ତ ବ୍ଲକ ସ୍ତରରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି l ଜିଲ୍ଲା ମୁଖ୍ୟ ହେଲ୍ପଲାଇନ ନମ୍ବର – 9777840865, ଜିଲ୍ଲା ସଂଯୋଜକ ଦାୟିତ୍ୱରେ ଅର୍ଚ୍ଚନା ନନ୍ଦୀ – 8249679439, ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ଗୋପୀନାଥ ପାଢ଼ୀ – 9438412887, ରଂଜନ ଦାସ – 9437925243, ଜୀବନ ମହାପାତ୍ର – 7991045911, ସୌରଭ ବେହେରା – 9777840865 ଅଛନ୍ତି l ସେହିଭଳି ଜିଲ୍ଲାର ସମସ୍ତ ବ୍ଲକ ଓ ଏନଏସି ଅଞ୍ଚଳ ପାଇଁ ନମ୍ବର ଜାରି କରାଯାଇଛି l

ଭୋଗରାଇ ପାଇଁ 9437532168, ଜଳେଶ୍ୱର ପାଇଁ – 9937042249, ଜଳେଶ୍ୱର ସହର ପାଇଁ – 9437436551, ବାଲିଆପାଳ ପାଇଁ – 8847879239, ବସ୍ତା ପାଇଁ – 7735282113, ସଦର ପାଇଁ – 9861855087, ବାଲେଶ୍ୱର ସହର ପାଇଁ – 8847887497, ରେମୁଣା ପାଇଁ – 9437174258, ନୀଳଗିରି ପାଇଁ – 9937977062, ନୀଳଗିରି ଏନଏସି ପାଇଁ – 9348122998, ବାହାନଗା ପାଇଁ – 7846917380, ସୋର ପାଇଁ – 9556514240, ସୋର ସହର ପାଇଁ – 9437080981, ସିମୁଳିଆ ପାଇଁ 9437531562, ଖଇରା ପାଇଁ – 9437884864 ଏବଂ ଔପଦା ପାଇଁ – 9937385504 ନମ୍ବର ଜାରି କରାଯାଇଛି l

କଂଗ୍ରେସ ଦଳର ଏଭଳି ଅଭିନବ ଉଦ୍ୟମକୁ ବିଭିନ୍ନ ବୁଦ୍ଧିଜୀବି ମହଲରୁ ପ୍ରଶଂସା କରାଯାଉଛି l ଏହି କାର୍ଯ୍ୟକ୍ରମରେ ଅର୍ଚନା ନନ୍ଦୀ, ରଞ୍ଜନ ଦାସ, ଗୌତମ ସାହୁ, ଦେବଦତ୍ତ ଦାସ, ଜୀବନ ମହାପାତ୍ର, ସୌରଭ ବେହେରା, ଭବାନୀ ସଙ୍କର ବେହେରା, ପଶୁପତି ଉପାଧ୍ୟାୟ, ପ୍ରମୁଖ ଉପସ୍ଥିତ ଥିଲେ l (ଦୀପ୍ତିମାନ ପତି, ବାଲେଶ୍ୱର )