No Result
View All Result
ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ ଷ୍ଟେନୋ ଗୌରଚନ୍ଦ୍ର ପାଢୀ (୫୩) ଙ୍କ ଆଜି ସକାଳ ଅକାଳ ସମୟରେ ବ୍ରହ୍ମପୁର ସ୍ଥିତ ଏମ୍କେସିଜି ଚିକିତ୍ସାଳୟ ଠାରେ ବିୟୋଗ ଘଟିଥିବାର ଜଣାପଡିିଛି । ଗତକାଲି ସ୍ୱର୍ଗତ ପାଢୀ ଦୈନନ୍ଦିନ ଭଳି ସ୍ୱଭାବିକ ଭାବେ କାର୍ଯ୍ୟ ତୁଲାଉଥିଲେ । ମଧ୍ୟାହ୍ନ ୨ଘଣ୍ଟା ସମୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ୍ ପରୀକ୍ଷଣ କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ତାଙ୍କର ଅକ୍ସିଜେନ ଲେଭେଲ ୭୭କୁ ଖସିଆସିଥିବାର ଲକ୍ଷ୍ୟ କରି ତୁରନ୍ତ ଏଠାରୁ ତାଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ଏମ୍କେସିଜି ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଚିକିତ୍ସିତ ହେଉଥିବା ସମୟରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଥିବାର ଖବର ମିଳିଛି ।
ଏହି ଖବର ପ୍ରଚାରିତ ହେବାପରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଅତିରିକ୍ତ ଏସ୍ପି ବାମଦେବ ସିଂ, ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ୍ଣ ପତି, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଜୁରିଆ ବେହେରା, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଥିବା ବେଳେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମେବଦନା ଜଣାଇଛନ୍ତି । ଏହା ସହ ଜିଲ୍ଲାପୋଲିସ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇଛି । ସ୍ୱର୍ଗତ ପାଢୀ ଜଣେ ମେଳାପୀ ଓ ସଦା ସର୍ବଦା ହସମୁଖ ଚେହାରାରେ ନିଜର ଦାୟିତ୍ୱ ତୁଲାଉଥିଲେ ଏବଂ ଏଥିସହ ପାରଳା ସହରରେ ସେ ଜଣେ ମେଳାପୀ ତଥା ଅମାୟିକ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ସେହିପରି ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମରଂଜନ ମିଶ୍ର, ଶିଶିର କୁମାର ଗୌଡ, କୃଷ୍ଣକୁମାର ବେହେରା, ବୀରକିଶୋର ପଟ୍ଟନାୟକ, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
No Result
View All Result