No Result
View All Result
ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବେଶ ଗମ୍ଭୀର । ଉତ୍କଟ ସଂକ୍ରମଣ ପ୍ରବଣ ଥିବା ଦେଶର ବିଭିନ୍ନ ସହରରୁ ପ୍ରବାସୀ ଏବେ ଘରମୁହାଁ ହେବାର ଦେଖାଦେଇଛି।ଗଞ୍ଜାମ ଜିଲ୍ଲାର ଶହ ଶହ ପ୍ରବାସୀ ଭିଟାମାଟି ଫେରୁଥିବା ଦେଖିବାକୁ ମିଳିଛି।ପ୍ରବାସୀଙ୍କ ସଂଖ୍ୟା, ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ଲକ୍ଷଣ ପ୍ରକାଶ ପାଇଲେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପଞ୍ଚାୟତ ସ୍ତରରେ କୋଭିଡ ମନିଟରିଂ କମିଟିକୁ ଦାୟିତ୍ୱ ପ୍ରଦାନ କରାଯାଇଛି।ସମ୍ପ୍ରତି ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟରେ ପ୍ରାୟତଃ ବାଧାପ୍ରାପ୍ତ ହୋଇଛି।ସ୍ଥାନୀୟ ଅଞ୍ଚଳର କରୋନା ସଂକ୍ରମିତଙ୍କ ଚିକିତ୍ସା ସକାଶେ ପୌରାଞ୍ଚଳରେ ବ୍ୟବସ୍ଥା ହୋଇଛି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ।
ଏଠାରେ ଚିକିତ୍ସାଧୀନ ଥିବା ରୋଗୀ ଓ ରେପିଡ଼ ରେସପନ୍ସ ଟିମ ର କାର୍ଯ୍ୟଶୈଳୀ ଅନୁଧ୍ୟାନ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ।ଚିକିତ୍ସାଧୀନ ଥିବା ୩୮କୋଭିଡ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା,ଅମ୍ଳଜାନ ସଂଯୋଗ,ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।ସେମାନଙ୍କ ଚିକିତ୍ସା ସେବା ଯେପରି ବ୍ୟାହତ ନ ହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ସ୍ଥାନୀୟ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ସ୍ଥିତି ନିର୍ଣ୍ଣୟ ଓ ତ୍ୱରିତ ପଦକ୍ଷେପ ନେବା ପାଇଁ ନିୟୋଜିତ ଥିବା ରେପିଡ଼ ରେସପନ୍ସ ଟିମ କିଭଳି ଦାୟିତ୍ୱ ପରିଚାଳନା କରୁଛନ୍ତି ସେ ବିଷୟରେ ଅଧିକାରୀଙ୍କୁ ପଚାରିଥିଲେ। ଜିଲ୍ଲାପାଳଙ୍କସହ ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ନୋଡାଲ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ନୋଡାଲ ଡାକ୍ତର ସ୍ୱୟଂଭୁ ପ୍ରତାପ ରାୟ, କେନ୍ଦ୍ର ପରିଚାଳକ ଶଶାଙ୍କ ଶେଖର ପଣ୍ଡା ଓ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result