No Result
View All Result
ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ଭୁବନେଶ୍ୱର/କୋଲକାତା :- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବିପୁଳ ଭୋଟରେ ବିଜୟ ହାସଲ କରିଛି । ଗତକାଲି ଫଳାଫଳ ଆସିବା ପରେ ମେ’ ୫ରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଆଜି ଟିଏମସି ବୈଠକରେ ସର୍ବସମ୍ମତିକ୍ରମେ ମମତା ବାନାର୍ଜୀ ହୋଇଛନ୍ତି ବିଧାୟକ ଦଳର ନେତା । ଏହି ଅବସରରେ ମମତା ବାନାର୍ଜୀ କହିଛନ୍ତି ଆମେ ଏକ ସରଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରିବୁ ।
ଦେଶ କରୋନା ଯୁଦ୍ଧରେ ଜିତିବା ପର୍ଯ୍ୟନ୍ତ କୌଣସି ପ୍ରକାରର ଶୋଭାଯାତ୍ରା କରିବୁ ନାହିଁ । ତାଙ୍କ ପ୍ରତିଦ୍ବନ୍ଦ୍ବୀ ସୁଭେନ୍ଦୁ ଅଧିକାରୀ ଏହି ଆସନରେ ବିଜୟ ଲାଭ କରିଛନ୍ତି । ତେବେ ସୁଭେନ୍ଦୁଙ୍କ ଏହି ବିଜୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ । ସେ ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିବା ସହିତ ଏହା ବିରୋଧରେ କୋର୍ଟକୁ ଯିବେ ବୋଲି ସୋମବାର ସଙ୍କେତ ଦେଇଛନ୍ତି ।
ଅନ୍ୟପଟେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଛି । କେତେକ ସ୍ଥାନରେ ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି । ତେବେ ଏହି ହିଂସା ପଛରେ ଟିଏମସି କାର୍ଯ୍ୟକର୍ତ୍ତାମାନେ ସାମିଲ ଥିବା ବିଜେପି ଅଭିଯୋଗ ଆଣିଥିବାବେଳେ ମମତା ତାହାକୁ ଖଣ୍ଡନ କରିଛନ୍ତି । ଏହାବ୍ୟତୀତ ମମତା ରାଜ୍ୟବାସୀଙ୍କ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଛନ୍ତି ।
ମମତା କହିଛନ୍ତି, ଆମେ ଜାଣୁ ବିଜେପି ଏବଂ କେନ୍ଦ୍ରୀୟ ବାହିନୀ ପ୍ରବଳ ଅତ୍ୟାଚାର କରୁଛନ୍ତି । ତଥାପି କେହି ହିଂସାରେ ସାମିଲ ନ ହେବାକୁ ମମତା ତାଙ୍କ ଦଳୀୟ କାର୍ଯ୍ୟ କର୍ତ୍ତାମାନଙ୍କୁ କହିଛନ୍ତି । ଯଦି କାହାର କୌଣସି ଅଭିଯୋଗ ରହିଛି ସେମାନେ ପୁଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ମମତା କହିଛନ୍ତି । କିଛି ଲୋକ ବିଜେପି ପାଇଁ କାମ କରୁଥାଇ ପାରନ୍ତି । ଆମେ ତାହାକୁ ପରେ ଦେଖିବା ବୋଲି ମମତା କହିଛନ୍ତି ।
No Result
View All Result