No Result
View All Result
ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ଭୁବନେଶ୍ୱର :- ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ୨୦୨୧ ଏପ୍ରିଲ ମାସରେ କଂପାନି ୨୮୩,୦୪୫ ୟୁନିଟ୍ ଗାଡ଼ି ବିକ୍ରି କରିଛି । କୋଭିଡ୍-୧୯ର ଦ୍ୱିତୀୟ ଲହର ମୁକାବିଲା ଲାଗି ଦେଶର ବିଭିନ୍ନ ସ୍ଥାନରେ କଠୋର ଲକ୍ଡାଉନ୍ ଘୋଷଣା କରାଯାଇଥିବାରୁ ହୋଣ୍ଡା ଏହାର ସମସ୍ତ ଅଂଶୀଦାରଙ୍କ ସୁରକ୍ଷା ଉପରେ ପ୍ରାଥମିକତା ଦେଉଛି ଏବଂ ସବଭାରତୀୟ ନେଟ୍ୱର୍କରେ ଯେଭଳି ଷ୍ଟକ୍ ପଡ଼ି ନରହେ ତାହା ନିଶ୍ଚିତ କରିବା ଲାଗି ଡେଲିଭରିକୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରାଯାଇଛି ।
୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ମାସ (ଏପ୍ରିଲ୍)ରେ ଦେଶ ଭିତରେ କଂପାନି ୨୪୦,୧୦୦ ଦୁଇ ଚକିଆ ଯାନ ବିକ୍ରି କରିଛି । ଉଭୟ ବିକ୍ରି ଓ ରପ୍ତାନି ପରିମାଣ ୨୮୩,୦୪୫ ୟୁନିଟ୍ ଗାଡ଼ି ହୋଇଛି । ଉଲ୍ଲେଖଯୋଗ୍ୟ, ଗତବର୍ଷ ଏପ୍ରିଲ୍ ମାସ ସାରା ଲକ୍ଡାଉନ୍ ଘୋଷଣା କରାଯାଇଥିବାରୁ ଦେଶ ଭିତରେ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବୈଦେଶିକ ବ୍ୟବସାୟ ଉପରେ ଗୁରୁତ୍ୱାରୋପ କରାଯାଉଥିବାରୁ କଂପାନିର ରପ୍ତାନି ବୃଦ୍ଧି ପାଇ ୪୨,୯୪୫ ୟୁନିଟ୍ରେ ପହଂଚିଛି ଯାହା ଗତବର୍ଷ ଏହି ମାରେ ୨୬୩୦ ୟୁନିଟ୍ ଥିଲା । ପ୍ରଥମ ଥର ଲାଗି ୩୬ ମାସ ଭିତରେ ହୋଣ୍ଡାର ରପ୍ତାନି ୪୦,୦୦୦ ୟୁନିଟ୍ରୁ ଅଧିକ ହୋଇଛି ।
ୟୁରୋପ ଓ ଜାପାନରେ ମଧ୍ୟ ହୋଣ୍ଡାର ବିଏସ୍-୬ ଗାଡ଼ି ରପ୍ତାନି କରାଯାଉଛି । କଂପାନିର ବିକ୍ରି ସମ୍ପର୍କରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦ୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଏପ୍ରିଲ୍ ମାସ ଆରମ୍ଭରୁ ଆଂଚଳିକ ଲକ୍ଡାଉନ୍ଗୁଡ଼ିକ ଗ୍ରାହକମାନଙ୍କ ମନସ୍ତତ୍ୱକୁ ପ୍ରଭାବିତ କରିବା ଆରମ୍ଭ କରିଥଇଲା । ବ୍ୟକ୍ତିଗତ ଯାନର ଆବଶ୍ୟକତା ଏବେବି ରହଥିବା ବେଳେ ସୁଧାରରେ ଆଉ କିଛି ମାସ ବିଳମ୍ବ ହେବ କାରଣ ସୁରକ୍ଷିତ ରହିବା ଲାଗି ଘର ଭିତରେ ରହିବା ଭାରତ ପାଇଁ ଜରୁରୀ ହୋଇପଡ଼ିଛି ।
ମେ’ ୧ ଠାରୁ ଆମେ ଆମର ସମସ୍ତ ଚାରି କାରଖାନାରେ ପ୍ରଥମ ପକ୍ଷରେ ଉତ୍ପାଦନ ସ୍ଥଗିତ ରଖିଛୁ । କୋଭିଡ୍ ସ୍ଥିତିରେ ହେଉଥିବା ପରିବର୍ତନ ଏବଂ ଏହାର ପରବର୍ତୀ ଲକ୍ଡାଉନ୍ ଦୃଷ୍ଟିରୁ ଆମେ ବ୍ୟବସାୟରେ ହେଉଥିବା ପରିବର୍ତନ ଉପରେ ନଜର ରଖିଛୁ । ଏହି ଅନିଶ୍ଚିତତାର ସମୟରେ ଆମେ ଆମର ବ୍ୟବସାୟ ସହଯୋଗୀମାନଙ୍କୁ ସହାୟତା ପ୍ରଦାନ କରିବା ଜାରି ରଖିଛୁ ଏବଂ ସ୍ୱଳ୍ପ ମିଆଦୀ ଭିତ୍ତିରେ ଆମ ଯୋଜନାର ସମୀକ୍ଷା କରିବୁ ।’’
No Result
View All Result