No Result
View All Result
ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ଚାନ୍ଦପୁର :- ଚାନ୍ଦପୁର ପୋଲିସ କବଜାରେ ବନ୍ଧୁକ ତିଆରି କରୁଥିବା କାରିଗର । ଚାନ୍ଦପୁର ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଆଜି ବହୁତ ଦିନ ଧରି ବନ୍ଧୁକ ତିଆରି କାରିଗର ଙ୍କୁ ଗିରଫ କରିଛନ୍ତି । ଉକ୍ତ ଅଭିଯୁକ୍ତ ହେଲେ କନ୍ଧନୟାଗଡ଼ ଅଞ୍ଚଳ ର ଜଗଦୀଶ ମହାରଣା । ସେ କନ୍ଧନୟାଗଡ଼ ରେ ଏକ ଦୋକାନ ଖୋଲି ବନ୍ଧୁକ ତିଆରି କରି ଆସୁଥିବା ସୁଚନା ପାଇ ଅକସ୍ମାତ ଚାନ୍ଦପୁର ପୋଲିସ ଚଢ଼ାଉ କରିଥିଲେ ।
ବନ୍ଧୁକ ତିଆରି କରି ବେଆଇନ ବିକ୍ରି କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଖବର ପାଇ ଚାନ୍ଦପୁର ପୋଲିସ ଅଭିଯୁକ୍ତ ମହାରଣା ଙ୍କ ଦୋକାନରେ ଚଢ଼ାଉ କରି ବନ୍ଧୁକ ତିଆରି ସାମଗ୍ରୀ ବ୍ୟତୀତ ଏକ ମେସିନ ଜବତ କରିଛି । ଚାନ୍ଦପୁର ପୋଲିସ ଉକ୍ତ ଅଭିଯୁକ୍ତ କୁ ଗିରଫ କରି ୬୭/ ୨୦୨୧ ରେ ମାମଲା ରୁଜ୍ଜୁ କରିଥିବା ଜଣା ଯାଇଛି ।
No Result
View All Result