No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ମଇ ରବିବାର ) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ରାଜ୍ୟରେ ୧୪ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି । କରୋନା ର ଦ୍ୱିତୀୟ ଲହରୀ ର ସଂକ୍ରମଣ କୁ ଆଖି ଆଗରେ ରଖି ରାଜ୍ୟରେ ଏହି ଲକ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି ଯାହାଫଳରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ଲକ୍ଡାଉନ୍ ଘେଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମେ ୫ ତାରିଖ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟରେ ୧୪ ଦିନ ପାଇଁ ଲକ୍ଡାଉନ୍ ଘୋଷଣା ହୋଇଛି । କରୋନା କଟକଣା ଅନୁସାରେ ରାଜ୍ୟବାସୀଙ୍କ ପାଇଁ ଲକଡାଉନର ଗାଇଡ଼ଲାଇନ ଜାରି ହୋଇଛି ।
ଲୋକମାନେ କେବଳ ଆବଶ୍ୟକୀୟ ସାମଗ୍ରୀ ପାଇଁ ବାହାରକୁ ଯାଇପାରିବେ । ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ଏହି ଲକ୍ଡାଉନ୍ ସମ୍ପର୍କରେ ଓଡ଼ିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଲକଡାଉନ ବେଳେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ । ରାଜ୍ୟରେ କରୋନା ସଂକ୍ରମିତ ଚିହ୍ନଟ ବୃଦ୍ଧି ପାଉଥିବା ବେଳେ ଏହି ଲକଡାଉନ ସଂକ୍ରମଣ କୁ ହ୍ରାସ କରିବାରେ ସହାୟକ ହୋଇପାରେ ବୋଲି ଜଣା ପଡୁଛି । ୫ରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକଡାଉନ୍ ଜାରି ରହିବ ।
ଲକଡାଉନ ପାଇଁ ଜାରୀ ହୋଇଥିବା ଗାଇଡ଼ ଲାଇନ :-
* ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚାଲି ପରିବା ଆଣି ଯାଇପାରିବେ
* ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ଲାଗୁ ହେବ ନାହିଁ
*ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍ଡାଉନ୍ ବଳବତ୍ତର ରହିବ
* ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ ।
* ବସ୍ ଚଳାଚଳ ବନ୍ଦ ରହିବ ।
* ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ
* ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ
* ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ ଓ ଜିମ୍ ବନ୍ଦ ରହିବ,
* ଯାତ୍ରା, ଅପେରା ଓ ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ,
* ସେଲୁନ, ପାର୍ଲର ଓ ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
* ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ ବନ୍ଦ ରହିବ
* ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ,
* ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ,
* ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ
* ଲକଡାଉନ ବେଳେ ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ।
* ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି ।
* ଛାପା, ବୈଦୁ୍ୟତିକ ଗଣମାଧ୍ୟମ,ୱେବ୍ ମିଡିଆକୁ ଅନୁମତି ।
* ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି
* ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ
* ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା
No Result
View All Result