No Result
View All Result
କରୋନା ରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ପ୍ରୀତିମାନ ମହାପାତ୍ର ଙ୍କୁ ଓଡ଼ିଶା ତାଜା ନ୍ୟୁଜ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମା କୁ ସଦଗତି ପ୍ରଦାନ କରନ୍ତୁ । 💐
ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ମେ , ଶନିବାର ) ଭୁବନେଶ୍ୱର :- ରାଜ୍ୟର ଆଉ ଜଣେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର ଜୀବନ ନେଇଛି କରୋନା । ଟାଇମସ୍ ଅଫ ଇଣ୍ଡିଆ, ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ପ୍ରୀତିମାନ କରୋନାରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବ୍ଲୁ ହ୍ୱିଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା । ପ୍ରୀତିମାନଙ୍କ ଅକାଳ ବିୟୋଗ ସାମ୍ବାଦିକ ମହଲକୁ ପୁଣି ସ୍ତବ୍ଧ କରିଛି । ୧୫ ଦିନ ତଳେ ପ୍ରୀତିମାନ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ପ୍ରାୟ ସପ୍ତାହ ହେଲା ସେ ଭେଣ୍ଟିଲେଟରରେ ରହିଥିଲେ । ଆଜି ହୃଦଘାତ୍ ରେ ସେ ପ୍ରାଣ ହରାଇଥିଲେ ।
ଦୀର୍ଘ ଦୁଇ ଦଶନ୍ଧୀର ସାମ୍ବାଦିକତା କ୍ୟାରିୟର୍ ରେ ପ୍ରୀତିମାନ ସନ ଟାଇମସ୍, ଓଟିଭି, ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍, ଡେକାନ୍ କ୍ରୋନିକିଲ୍ ଏବଂ ଟାଇମସ୍ ଅଫ୍ ଇଣ୍ଡିଆରେ କାର୍ଯ୍ୟ କରିଥିଲେ । ଟାଇମସ୍ ଅଫ ଇଣ୍ଡିଆ, ଭୁବନେଶ୍ୱରର ସିଟି ପେଜ୍ ଦାୟିତ୍ୱରେ ଥିଲା ବେଳେ ସେ ଜୀବନ ହାରିଛନ୍ତି । ପ୍ରୀତିମାନ୍ ଙ୍କର ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦ୍ୱିତୀୟ ଲହର କରୋନାରେ ପ୍ରୀତିମାନଙ୍କୁ ମିଶାଇ ଓଡ଼ିଶାର ୧୨ ଜଣ କାର୍ଯ୍ୟରତ ସାମ୍ବାଦିକ ପ୍ରାଣ ହରାଇଲେଣି ।
ପ୍ରୀତିମାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପ୍ରୀତିମାନଙ୍କ ବିୟୋଗରେ ମୁଁ ସ୍ତବ୍ଧ ଓ ମର୍ମାହତ । ସେ ମୋର ଭଲ ବନ୍ଧୁ ଥିଲେ । ହଠାତ୍ ତାଙ୍କର ଏମିତି ଚାଲିଯିବା ଅବିଶ୍ୱନୀୟ ଓ ଅସହ୍ୟ । ଏଭଳି ଦାରୁଣ ଦୁଃଖ ସମୟରେ ତାଙ୍କ ପରିବାରକୁ ସାନ୍ତ୍ୱନା ଦେବାକୁ ମୋ ପାଖରେ ଭାଷା ନାହିଁ । ମୋ ବନ୍ଧୁଙ୍କ ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଶ୍ରୀ ମଙ୍ଗରାଜ ଟ୍ୱିଟ୍ କରିଛନ୍ତି ।
No Result
View All Result