No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ମଇ ଶନିବାର) କଟକ :- ଦିନକୁ ଦିନ ରୌଦ୍ରତାପ ବଢ଼ି ଚାଲିଥିଲା ବେଳେ , ଆଜି ମଧ୍ୟାହ୍ନରେ କଟକ – ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ କଡ଼ ,ତେଲେଙ୍ଗାପେଣ୍ଠ ଠାରେ ଥିବା ,ଏକ ଘରୋଇ ହସ୍ପିଟାଲ ପାଖରେ କଣ୍ଟାବୁଦାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଦୁଇ ଏକରରୁ ଉର୍ଦ୍ଧ୍ବ ଜମିରେ ଥିବା ଶୁଖିଲା କଣ୍ଟାବୁଦାରେ, ଏହି ଅଗ୍ନିକାଣ୍ଡ ଲାଗିଥିବାରୁ ଘରୋଇ ହସପିଟାଲର ରୋଗୀ ଏବଂ କର୍ମଚାରୀ ମାନେ ଭୟଭୀତ ହୋଇ ପଡ଼ିଥିଲେ ।
ଅଗ୍ନି କାଣ୍ଡକୁ ଆୟତ୍ତ କରିବା ପାଇଁ, କଟକରୁ ଏକ ଦମକଳ ଆସି ନିଆଁ ଜଳୁଥିବା କଣ୍ଟାବୁଦାରେ ପାଣି ପକାଇ ଲିଭାଇବା ପାଇଁ ଉଦ୍ୟମ ଚଳାଛି । ଦମକଳ ଆସିବା ପୂର୍ବରୁ ନିଆଁକୁ ଆୟତ୍ତ କରିବା ପାଇଁ, ଘରୋଇ ହସପିଟାଲରେ କାର୍ଯ୍ୟରତ ସିକ୍ୟୁରିଟ ଗାର୍ଡ଼ କର୍ମଚାରୀ ମାନେ,
ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ପାଣି ପକାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ନିଆଁକୁ ଆୟତ୍ତ କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ପାରିନଥିଲା । ଦମକଳ କର୍ମଚାରୀ ମାନେ ପହଞ୍ଚି ନିଆଁ ଲାଗିଥିବା କଣ୍ଟାବୁଦା ଜଙ୍ଗଲରେ ପାଣି ପକାଇ ନିଆଁକୁ ଲିଭାଇ ଥିଲେ ।(କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result