No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ମେ , ଶନିବାର ) ଭୁବନେଶ୍ୱର :- ଓଲିଉଡ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀଙ୍କ “ଆମ ପାଠାଗାର” ଅଭିଯାନର ତୃତୀୟ ସଂସ୍କରଣ, ୧୧ ଏପ୍ରିଲ ୨୦୨୧ ରବିବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜାଗସରା ଆଦିବାସୀ ସାହିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନର ଏକ ଅଂଶ ଭାବରେ ବର୍ଷା ପ୍ରିୟଦର୍ଶିନୀ, ଶିକ୍ଷାଭିତ୍ତିକ, ଶିଶୁ କାହାଣୀ, ବିଦ୍ୟାଳୟ ପୁସ୍ତକ ଏବଂ ବିଭିନ୍ନ ପ୍ରକାର ଅନ୍ୟ ପୁସ୍ତକ ପୂର୍ଣ୍ଣ ଏକ ପୁସ୍ତକ ଆଲମିରା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଦାଶିଆ ଅଜା ନାମରେ ଜଣାଶୁଣା ସ୍ବର୍ଗତ ଦାଶରଥୀ ପଟ୍ଟନାୟକ, ଓଡିଶାରେ ପାଠାଗାର ଆନ୍ଦୋଳନର ଅଗ୍ରଣୀ ପୁରୋଧା ଥିଲେ ।

ଏକ ପେଢିରେ କେବଳ ୫ଟି ପୁସ୍ତକରୁ ଆରମ୍ଭ କରି ଦାଶିଆ ଅଜା ଦାରିଦ୍ର୍ୟ, ଅଳ୍ପ ଶିକ୍ଷା ଏବଂ ଜୀବନର ଅଭାବ ଅସୁବିଧାକୁ ଖାତିର ନକରି ପୁସ୍ତକ, ପତ୍ରିକା, ପୁରାତନ ତଥା ଅନ୍ୟାନ୍ୟ ସ୍ମାରକପତ୍ର ସଂଗ୍ରହ କରିଥିଲେ । ସେ ଶେଷରେ ୧୯୫୯ ମସିହାରେ ତାଙ୍କ ଗ୍ରାମରେ ଏକ ସଂଗ୍ରହାଳୟ ସହିତ ଏକ ପାଠାଗାର ସ୍ଥାପନ କରିଥିଲେ, ଯେଉଁଠାରେ ବର୍ତ୍ତମାନ ୧.୫ ଲକ୍ଷ ପୁସ୍ତକ ଏବଂ ସାମୟିକ ପତ୍ରିକା, ଖଜୁରୀ ପତ୍ର କ୍ଟ୍ରବଦ୍ଭ, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ମୂଳକ ସାମଗ୍ରୀ ରହିଛି । ବର୍ଷା ପ୍ରିୟଦର୍ଶିନୀ, “ଆମ ପାଠାଗାରଌକ୍ତଙ୍କକ୍ଟଗ୍ଧ; ଅଭିଯାନ ମାଧ୍ୟମରେ ଦାଶିଆ ଅଜାଙ୍କ ଦ୍ୱାରା ପରିଚାଳିତ ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବାକୁ ଚେଷ୍ଟାରତ ।

ଏହି ଅଭିଯାନ ମାଧ୍ୟମରେ ସେ ଓଡିଶା ତଥା ଓଡିଶା ବାହାରୁ ଉତ୍ସାହୀ ଦାତାମାନଙ୍କ ଠାରୁ ପୁସ୍ତକ ଏବଂ ପତ୍ରିକା ସଂଗ୍ରହ କରି, ସମଗ୍ର ରାଜ୍ୟରେ ଶିକ୍ଷା ପ୍ରାପ୍ତିରୁ ବଞ୍ଚିତ ବ୍ୟକ୍ତି ତଥା ଅଭାବି ଶିକ୍ଷାର୍ଥୀ, ବିଶେଷ କରି ପିଲାମାନଙ୍କୁ ସଂଗୃହିତ ପୁସ୍ତକ ଦାନ କରିବାକୁ ଯୋଜନା କରିଛନ୍ତି । ଯେପରି ଦାଶିଆ ଆଜା କଳ୍ପନା କରିଥିଲେ, ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପାଠାଗାର ସ୍ଥାପନକୁ ଉତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଏହି ଅଭିଯାନ ମାଧ୍ୟମରେ ଶହ ଶହ ପୁସ୍ତକ ସଂଗ୍ରହ କରି ବିତରଣ କରିସାରିଛନ୍ତି ।

ଏହି କାର୍ୟ୍ୟକ୍ରମରେ ବର୍ଷା ଶିଶୁ ଜୀବନରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଯେକୌଣସି ମତେ ନିଜର ଆନୁଷ୍ଠାନିକ ଶିକ୍ଷା ସମାପ୍ତ କରିବାକୁ ଆହ୍ୱାନ ଦେଇଥିଲେ । ସେ ମହାମାରୀ ଦ୍ଵାରା ଆସିଥିବା କଠିନ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀମାନେ ଅଭିନେତ୍ରୀଙ୍କ ସହ ସେମାନଙ୍କର ସ୍ୱପ୍ନ ଏବଂ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ କିଛି ସାଂସ୍କୃତିକ କଳା ପ୍ରଦର୍ଶନୀ ଦ୍ୱାରା ସାମାଜିକ କର୍ମୀ ତଥା ଅଭିନେତ୍ରୀ ବର୍ଷା ପ୍ରାୟଦର୍ଶିନୀଙ୍କ ମନ ମୋହିଥିଲେ । ଏହି କାର୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସମସ୍ତ କୋଭିଡ ସତର୍କତା କଡାକଡି ଭାବରେ ପାଳନ କରାଯାଇଥିଲା ।
No Result
View All Result