No Result
View All Result
ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ନୂଆଦିଲ୍ଲୀ :- ଭାରତରେ କରୋନା ସଂକ୍ରମଣ ପିକ୍ରେ ରହିଛି । ଦୈନିକ ସାଢେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ ୩୬୦୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ ଦେଶର ଅନେକ ସ୍ଥାନରେ ଅକ୍ସିଜେନ, ଆଇସିୟୁ ଓ ଦରକାରୀ ଔଷଧର ଅଭାବ ଦେଖିବାକୁ ମିଳିଛି । ଶହଶହ ଆକ୍ରାନ୍ତ ଅକ୍ସିଜେନ୍ ଅଭାବରୁ ଜୀବନ ହାରୁଛନ୍ତି । ତେବେ ଦେଶରେ ଅକ୍ସିଜେନ୍ ସଙ୍କଟ ଥିବା ବେଳେ ଅନ୍ୟ ଦେଶରୁ ଭାରତକୁ ସାହାଯ୍ୟ ଓ ସହଯୋଗର ସୁଅ ଛୁଟିଛି ।
ବୁଧବାର ସକାଳେ, ଋଷରୁ ଭାରତକୁ ୨୦ ଅକ୍ସିଜେନ୍ ସନସନଟ୍ରେଟର୍, ୭୫ ଭେଣ୍ଟିଲେଟର ଓ ୧୫୦ ବେଡସାଇଟ୍ ମନିଟର୍ ଆସି ପହଁଚିଛି । ଏହାସହ କିଛି ଜରୁରୀକାଳିନ ଔଷଧ ମଧ୍ୟ ଆସିଛି । ଦୁଇଟି ବିମାନ ଯୋଗେ ଏହି ସହାୟତା ଭାରତକୁ ଋଷ ସରକାର ପଠାଇଛନ୍ତି । ଏହାର ଏୟାର କାର୍ଗୋ ଓ କଷ୍ଟମ୍ସ କ୍ଲିଅରାନ୍ସ ଚାଲିଛି ।
ସୂଚନାଯୋଗ୍ୟ, କେବଳ ଋଷ ନୁହେଁ, ଆମେରିକା, ବ୍ରିଟେନ, ଜର୍ମାନୀ, ଅଷ୍ଟ୍ରେଲିଆ, ଆୟାର୍ଲାଣ୍ଡ, ସିଙ୍ଗାପୁପ, ବେଲଜିଅମ, ନ୍ୟୁଜିଲାଣ୍ଡ ଆଦି ଦେଶ ଭାରତକୁ ସାହାଯ୍ୟ ଯୋଗାଇ ସାରିଛନ୍ତି । ଏହାସହ ସେମାନେ ଏହି ବିପଦ ସମୟରେ ଭାରତ ସହ ରହିଥିବା କହିଛନ୍ତି ।(ଭଞ୍ଜ ବିହାରୀ ମହାନ୍ତି)
No Result
View All Result