ଚାନ୍ଦବାଲି : ଲାଞ୍ଚ ମାଗିବା ପୋଲିସ୍ ଏଏସ୍ଆଇ ବାବୁଙ୍କୁ ମହଙ୍ଗା ପଡିଲା

ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ଚାନ୍ଦବାଲି :- ଲାଞ୍ଚ ମାଗିବା ପୋଲିସ୍ ଏଏସ୍ଆଇ ବାବୁଙ୍କୁ ମହଙ୍ଗା ପଡିଲା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାର ଏଏସ୍ଆଇ ଜଣେ ବ୍ୟକ୍ତିଙ୍କୁ କେସ୍ ରଫାଦଫା କରିବା ପାଇଁ ପାଞ୍ଚ ହଜାର ଟଙ୍କା ସହ ପାଞ୍ଚ କିଲୋ ଚିଙ୍ଗୁଡ଼ି ଲାଞ୍ଚ ମାଗିବା ଅଡ଼ିଓ ଭାଇରାଲ ହେବାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ଏହି ଘଟଣାରେ ଚାନ୍ଦବାଲି ଏସ୍.ଡ଼ି.ପି.ଓ ତଦନ୍ତ କରି ରିପୋର୍ଟ ଦେବାପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଏସ୍ଆଇ ହରେକୃଷ୍ଣ ପାଢ଼ୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୂଚନାଅନୁଯାୟୀ ଏକ କେସରେ ଜଣେ ଅଭିଯୁକ୍ତକୁ ଖସାଇ ଦେବା ସହ ତା ନାଁ କାଟିଦେବାକୁ ଟଙ୍କା ଓ ଚିଙ୍ଗୁଡ଼ି ମାଛ ଲାଞ୍ଚ ମାଗୁଥିବାର ଅଡ଼ିଓ ଭାଇରାଲ ହୋଇଥିଲା ଦୁଇଦିନ ତଳେ। (ଭଞ୍ଜ ବିହାରୀ ମହାନ୍ତି)