No Result
View All Result

ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ଭୁବନେଶ୍ୱର :- ପବ୍ଲିକ କବ୍ଜାରେ ମୋବାଇଲ ଫୋନ ଚୋର ଭୁବନେଶ୍ୱର ଗୁରୁବାର ସନ୍ଧ୍ୟାରେ ଖାରବେଳ ନଗର ଥାନା ଅନ୍ତର୍ଗତ ଭୁବନେଶ୍ୱର ରେଲୱେ ଷ୍ଟେସନ ସମ୍ମୁଖରେ ଷ୍ଟେସନକୁ ଯାଉଥିବା ଜୈନକ ବ୍ୟକ୍ତିଙ୍କଠାରୁ ଏକ ଆକ୍ଟିଭାରେ ଆସି ମୋବାଇଲ ଫୋନ ଛଡାଇ ନେଇ ଖସି ପଳାଉ ଥିବା ବେଳେ ବ୍ୟକ୍ତି ଜଣକ ଚିତ୍କାର କରିବାରୁ

ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକେ ଦୃବୃତ୍ତ କୁ ମାଡି ବସିଥିଲେ । ପରେ ଦୃବୃତ୍ତ ଜଣକ ଦାଦାଗିରି ଦେଖାଇ ବାରୁ ସାଧାରଣ ଲୋକଙ୍କ ଠାରୁ ପ୍ରବଳ ମାଡ଼ ଖାଇ ଆହତ ହୋଇଥିଲା । ପରେ ପୋଲିସ ଖବର ପାଇ ଆସି ଦୃବୃତ୍ତ ଓ ତାର ଆକ୍ଟିଭା ଟିକୁ ଜବତ କରି ଖାରବେଳ ନଗର ଥାନାକୁ ନେଇଥିଲା ।
No Result
View All Result