No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ହିଞ୍ଜିଳିକାଟୁ :-ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ଗୃପ୍ ଋଣ ଟଙ୍କା ।ଦାୟକୁ କେନ୍ଦ୍ର କରି ୨ ଗୋଷ୍ଠୀ ହାତାହାତି ହେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଘଟଣା ବୁଧବାର ସନ୍ଧ୍ୟା ୭ଟାରେ ହିଞ୍ଜିଳି ଥାନା ସାରୁ ଗ୍ରାମରେ ଘଟିଛି । ଉଭୟ ଗୋଷ୍ଠୀର ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେଶ୍ ନଂ- ୨୦୨ ଓ ୨୦୩/୨୧ରେ ୨ଟି ମାମଲା ରୁଗୁ କରି ପୁଲିସ ଘଟଣାର ତନ୍ତ ଚଲାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମର ସୁମିତ୍ରା ପାଣିଗ୍ରାହୀ, ବ୍ରହ୍ମପୁର ଅଂଚଳର ଏକ ମହିଳା ଗୋଷ୍ଠୀର ସଭାନେତ୍ରୀ ଥିଲେ । ଉକ୍ତ ସମୟରେ ମହିଳା ଗୃପ୍ ନାମରେ କିଛି ଟଙ୍କା ଋଣ କରିଥିଲେ । ଋଣ ଟଙ୍କା ପରିଶୋଧ ନକରିବାରୁ ସଂପୃକ୍ତ ମହିଳା ଗୋଷ୍ଠୀର କିଛି ମହିଳା ପ୍ରାକ୍ତନ ମହିଳା ସଭାନେତ୍ରୀ ସୁମିତ୍ରାଙ୍କ ବାସ ଭବନକୁ ଯାଇଥିଲେ ।
ସେଠାରେ ନଥିବାରୁ ବର୍ତମାନ ରହୁଥିବା ମହିଳାଙ୍କ ବାପାଘର ସ୍ଥାନୀୟ ଥାନା ସାରୁ ଗ୍ରାମ ବାସଭବନକୁ ଯାଇଥିଲେ । ସୁମିତ୍ରାଙ୍କ ବାପାଙ୍କୁ ମହିଳା ମାନେ ସୁମିତ୍ରାଙ୍କ ବିଷୟରେ ପଚାରିବା ସହ ଋଣ ଟଙ୍କା ପରିଶୋଧ ବିଷୟରେ କହିବା ସୁମିତ୍ରାଙ୍କ ବାପାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଠେଲି ଦେବାରୁ ସୁମିତ୍ରାଙ୍କ ବାପା ବନମାଳି ପାଣିଗ୍ରାହୀ ଆହତ ହୋଇଥିଲେ । ଏ ନେଇ ସୁମିତ୍ରା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୦୨/୨୧ରେ ଏକ ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷରେ ମହିଳା ଗୋଷ୍ଠୀର ମହିଳା ମାନେ ସୁମିତ୍ରାଙ୍କୁ ଋଣ ଟଙ୍କା ପରିଶୋଧ କରିବା ସକାଶେ କହିବାରୁ ସୁମିତ୍ରା ଉତ୍ୟକ୍ତ ହୋଇ ଗୋଷ୍ଠୀର ନର୍ମଦା ପାଣିଗ୍ରାହୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ରାଜେଶ୍ୱରୀ ସାହୁ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୦୩/୨୧ରେ ଏକ ମାମଲା ରୁଜୁ କରାଯାଇଛି । ଉଭୟ ଗୋଷ୍ଠୀର ଅଭିଯୋଗକୁ ଭିତିକରି ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result