No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର କାଶୀନଗର ରେଞ୍ଜ ଅଞ୍ଚଳରେ ବନ ବିଭାଗ ଓ କାଠ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କାଶୀନଗର ବନ ବିଭାଗ ଶୋଇଛି ପୋଲିସ ବିଭାଗ କାମ କରୁଛନ୍ତି ବନ ବିଭାଗର ଯଦ୍ୱାରାକି ବନ ବିଭାଗର କାମ ପୋଲିସ ସମାପନ କରୁଥିବା ଲକ୍ଷ୍ୟ କରାଯାଇଛି । ଘଟଣାରୁ ପ୍ରକାଶ, କାଶୀନଗର ଥାନାଧିକାରୀ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ପୋଲିସ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ରାଜପୁର ଆର୍ଏମ୍ସି ଗୋଦାମ ନିକଟ

ଠାକୁରାଣୀ ମନ୍ଦିର ଠାରେ ୧୮ ଖଣ୍ଡ ମୂଲ୍ୟବାନ କାଠଗଣ୍ଡି ଗୋଟିଏ ଶଗଡରେ ଯାଉଥିବା ବେଳେ ପୋଲିସର ଆଖିରେ ପଡିଥିଲା । ବିଳମ୍ବିତ ରାତ୍ରରେ ଏଭଳି କାଠ ଚାଲାଣର ସନ୍ଦେହ କରି ପୋଲିସ ଶଗଡକୁ ଅଟକାଇ ତଦନ୍ତ କରିବା ଉଦ୍ୟମ ବେଳେ ଶଗଡିଆ କାଠ ଛାଡି ଫେରାର ହୋଇଯାଇଥିଲା । ପରେ ଗତକାଲି ଏହି କାଠକୁ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟର ଫରେଷ୍ଟରଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାଶୀନଗର ରେଞ୍ଜ୍ ବନ ବିଭାଗ ଅଧୀନରେ ବହୁ ମୂଲ୍ୟବାନ ଗଛ ଓ ଜଙ୍ଗଲ ସମ୍ପଦ ରହିଛି । ହେଲେ କାଶୀନଗର ରେଞ୍ଜ ବନ ବିଭାଗଟି ଆନ୍ଧ୍ର ସୀମାନ୍ତରେ ଅଞ୍ଚଳରେ ରହିଛି । ବିଭାଗୀୟ କର୍ମଚାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଏଭଳି ଭାବେ ବହୁ ମୂଲ୍ୟବାନ ଗଛ ଓ ଜଙ୍ଗଲ ସମ୍ପଦ ଆନ୍ଧ୍ରକୁ ଚୋରା ଚାଲାଣ ହେବାରେ ଲାଗିଛି । ପାରଳାଖେମୁଣ୍ଡି ଡି ଏଫ ଓ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result