No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :- ଯୁବ ପିଢିଙ୍କୁ ନିଷୁଳ୍କଟିକାକରଣ ନିଷ୍ପତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଯୁବଜନତା ଦଳ ପକ୍ଷରୁ କୃତଜ୍ଞତା । ଯୁବ ପିଢିଙ୍କୁ ନିଶୁଳ୍କ ଟୀକାକରଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ବିଜୁ ଯୁବଜନତା ଦଳ ପକ୍ଷରୁ ୱେବିନାର୍ ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଅଛି । ବିଜୁ ଯୁବଜନତା ଦଳର ରାଜ୍ୟସଭାପତି ତଥା ମାନ୍ୟବର ବିଧାୟକଡଃ. ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କୃତଜ୍ଞତା ସଭାରେ ମୁଖ୍ୟ ଅତିଥି ରୁପେ ବିଜୁଜନତା ଦଳର ସାଙ୍ଗଠନିକ ସଂମ୍ପାଦକ ତଥା ବିଧାୟକଶ୍ରୀ ପ୍ରଣବ ପ୍ରକାଶ ଦାସ ରାଜ୍ୟର କୋଭିଡ୍ ସ୍ଥିତି ସମ୍ବଦ୍ଧରେ ଆଲୋଚନା କରି କହିଥିଲେ କି “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ୩୫ଟି ସାଙ୍ଗଠନିକ ଜିଲ୍ଲାରେ
ଯୁବ ବିଜେଡି ପକ୍ଷରୁ କୋଭିଡ୍ ହେଲ୍ପଲାଇନ୍ ନଂମ୍ବର ଜାରି କରାଯିବ ଏବଂ ଏହି କୋଭିଡ୍ ହେଲ୍ପଲାଇନ୍ ନଂମ୍ବର ସହାୟତାରେ ସମସ୍ତ ଯୁବକ ମାନଙ୍କ ପାଇଁ କୋଭିଡ୍ ମହାମାରି ସମ୍ଭଦ୍ଧୀୟ ସମସ୍ତ ସହାୟତା ପ୍ରଦାନ କରାଯିବା ସହ ଟିକାକରଣ ବ୍ୟବସ୍ତାରେ ମଧ୍ୟ ସହାୟତାର ହାତ ବଢାଇବାକୁ ଯୁବକମାନ ଙ୍କୁ ଆହ୍ୱାନ ଦେଇଥିଲେ । କୃତଜ୍ଞତା ସଭାରସଭାପତି ଡଃ. ବ୍ୟୋମକେଶ ରାୟ କହିଥିଲେ କି “ଯୁବ ପିଢିଙ୍କୁ ନିଶୁଳ୍କଟୀକା ପ୍ରଦାନ ନିଷ୍ପତିଏବଂ ଦେଶର ଅନ୍ୟ ରାଜ୍ୟକୁ ଅମ୍ଳଜାନ ସଂଙ୍କଟସମୟରେ ଅମ୍ଳଜାନ ଯୋଗାଇବା ଉଭୟଏତିହାସିକ ନିଷ୍ପତ୍ତି” ।
୧୮ ରୁ ୪୫ ବର୍ଷ ପର୍ଯ୍ୟନ୍ତ ଯୁବ ପିଢିମାନ ଙ୍କ ଟୀକାକରଣ ପାଇଁ ରାଜ୍ୟସରକାର ୨୦୦୦ କୋଟିର ଆର୍ଥକ ବୋଝବ୍ୟୟ ବରାଦ କରିଥିବାରୁ ବିଜୁ ଯୁବଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତାଜ୍ଞାପନ କରୁଛି । ସମ୍ମାନୀତ ଅତିଥି ରୁପେ ବିଜୁଜନତା ଦଳର ରାଜ୍ୟ ସାଧାରଣ ସଂମ୍ପାଦକ (ଯୁବବ୍ୟାପାର) ତଥା ମାନ୍ୟବର ବିଧାୟକଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏତିହାସିକ ନିଷ୍ପତ୍ତି ପାଇଁଭୁୟସୀ ପ୍ରସଂଶା କରିବାସହ ଯୁବ ବିଜେଡିର ସମସ୍ତ କର୍ମ କର୍ତ୍ତାଙ୍କୁ କୋଭିଡ୍ ହେଲ୍ପଲାଇନ୍ ନମ୍ବର ଜାରୀ କରାଯିବା ସମ୍ବଦ୍ଧୀୟ ବିସ୍ତୃତ ଖସଡା ପ୍ରଦାନ କରିଥିଲେ ।
ଏହି କୃତଜ୍ଞତା ସଭାରେ ଆଇ.ଟିସଂଯୋଜକ ଶ୍ରୀ ସୁବ୍ରତ ଛାଟୋଇ ଏବଂ ଯୁବ ବିଜେଡିର ସମସ୍ତ ରାଜ୍ୟ କର୍ମକର୍ତ୍ତା, ୩୫ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଙ୍କ ସମେସମସ୍ତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇ ଥିଲେ ବୋଲି ବିଜୁ ଯୁବଜନତା ଦଳର ରାଜ୍ୟ ସାଧାରଣ ସଂମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।
No Result
View All Result